March 12, 2025

ବଢିଲା କନିଷ୍ଠ ଶିକ୍ଷକଙ୍କ ଦରମା

1 min read

ଭୁବନେଶ୍ଵର: ରାଜ୍ୟର କନିଷ୍ଠ ଶିକ୍ଷକ(ସ୍କେମାଟିକ)ଙ୍କ ଦରମା ବଢିଲା। ମାସିକ ଦରମା ୧୧ ହଜାରରୁ ୧୬ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ବୁଧବାର ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକମାନଙ୍କୁ ଏଣିକି ମାସକୁ ୧୬ ହଜାର ଟଙ୍କା ଦରମା ମିଳିବ। ସମଗ୍ର ଶିକ୍ଷା ସ୍କିମ୍‌ ଅନୁସାରେ ଆଜିଠାରୁ ଦରମା ବୃଦ୍ଧି ହୋଇଥିବା ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।