ରାଜଧାନୀରେ ସାମ୍ବାଦିକା ମଧୁମିତା ପରିଡ଼ାଙ୍କ ଆତ୍ମହତ୍ୟା
1 min readଭୁବନେଶ୍ୱର : ରାଜଧାନୀରେ ସାମ୍ବାଦିକା ମଧୁମିତା ପରିଡ଼ାଙ୍କ ଆତ୍ମହତ୍ୟା ଖବର ଚର୍ଚ୍ଚାର ବିଷୟ ପାଲଟିଛି। ବୁଧବାର ରାତିରେ ସେ ଟେନ୍ ସମ୍ମୁଖକୁ ଡେଇଁ ଆତ୍ମହତ୍ୟା କରିବା ପୂର୍ବରୁ ସେ ମା’ଙ୍କୁ ଭେଟିଥିଲେ। ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ ପରେ ଘରକୁ ମୁହଁରେ ଓଢ଼ଣା ବାନ୍ଧି ଘରକୁ ଯାଇଥିଲେ। ସେଠାରେ ମା’ଙ୍କୁ ଭେଟି ଫେରିବା ପରେ ଟ୍ରେନ୍ ଆଗକୁ ଡେଇଁଥିବା ସୂଚନା ମିଳିଛି।
ସୂଚନାନୁସାରେ,ଗତକାଲି ସାମ୍ବାଦିକା ମଧୂମିତା ପରିଡା ମାନସିକ ଭାରସାମ୍ୟ ହରାଇ ବାପୁଜୀ ନଗର ରେଳ ଧାରଣାକୁ ଡେଇଁ ଆତ୍ମହତ୍ୟା କରିଥିଲେ । ବାପୁଜୀନଗର ରେଳ ଧାରଣାରୁ ତାଙ୍କର ଖଣ୍ଡବିଖଣ୍ଡିତ ମୃତ ଦେହ ଉଦ୍ଧାର ଉଦ୍ଧାର ହୋଇଛି। ଘଟଣା ସ୍ଥଳରେ GRP ଓ କ୍ୟାପିଟାଲ ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛନ୍ତି । ମଧୁମିତା ଅଳ୍ପ ଦିନ ହେବ ବିବାହ କରିଥିଲେ । ଆତ୍ମହତ୍ୟା ପୂର୍ବରୁ ମଧୂମିତା ଏକ ଭିଡିଓ କରି ନିଜ ମା’ଙ୍କୁ କ୍ଷମା ମାଗୁଥିବା ଦେଖାଯାଇଥିଲା । ଏମିତିକି ଆତ୍ମହତ୍ୟା ୨ ଦିନ ପୂର୍ବରୁ ସେ ଫିନାଇଲ ପି’ଦେଇଥିବା ନେଇ ପରିବାର ଲୋକେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ । ଆଜି ତାଙ୍କ ସ୍ୱାମୀଙ୍କୁ ପୋଲିସ ପଚରାପଚରି ପରେ ଗିରଫ କରିଛି ।
ଭିଡିଓଟିରେ ସେ ସ୍ୱାମୀଙ୍କ ଠାରୁ ମାନସିକ ନିର୍ଯାତନା ପାଉଥିବା ନେଇ କାନ୍ଦି କାନ୍ଦି କହୁଥିବାର ଦେଖାଯାଇଥିଲା । ଏମିତିକି ସ୍ୱାମୀ ତାଙ୍କୁ ଧୋକା ଦେଇ ଅନ୍ୟ ଜଣଙ୍କ ସହ ସମ୍ପର୍କରରେ ଥିବା କଥା କହୁଛନ୍ତି ସାମ୍ବାଦିକା ମଧୁମିତା । ସ୍ୱାମୀ ମୋ ସହ ଆଉ ରହିବେନି ବୋଲି କହୁଛନ୍ତି । ତାଙ୍କୁ ସମସ୍ତେ ବୁଝାଇଲେ ହେଲେ ସେ ବୁଝିଲେନି । ଛୁଟିରେ ରହିଲେ ଆମର ଝଗଡା ହେଉଛି । ମା’କ୍ଷମା କରିଦେବ ମୋତେ, ମୁଁ ଆଉ ସହିପାରୁନି ବୋଲି ଭିଡିଓରେ ସାମ୍ବାଦିକା ଜଣକ କାନ୍ଦି କାନ୍ଦି କହୁଛନ୍ତି । ମଧୁମିତାଙ୍କ ବିବାହ ପୂର୍ବରୁ ସେ ୫ ବର୍ଷ ସ୍ୱାମୀଙ୍କ ସହ ପ୍ରେମ ସମ୍ପର୍କରେ ଥିଲେ | ତେବେ ତାଙ୍କ ସ୍ୱାମୀ ପୂର୍ବରୁ ବିବାହିତ ଥାଇ ଛାଡପତ୍ର ଦେଇଥିଲେ ।