September 16, 2024

ଭିଜିଲାନ୍ସ ଜାଲରେ ଜେଲ ସୁପରିଣ୍ଟେଣ୍ଡେଣ୍ଟ

1 min read

କେନ୍ଦୁଝର : ଜିଲାନ୍ସ ଜାଲରେ ଜେଲ୍ ସୁପରିଣ୍ଟେଣ୍ଡେଣ୍ଟ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦୁଝର ଜିଲ୍ଲା ଜେଲ ସୁପରିଣ୍ଟେଣ୍ଡେଣ୍ଟ ସତ୍ୟପ୍ରକାଶ ସ୍ୱାଇଁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି । କେନ୍ଦୁଝର ଅଫିସ ସହ ଭୁବନେଶ୍ବର ଓ ଭଦ୍ରକର ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଚାଲିଛି । ଭୁବନେଶ୍ୱରର ଭିଜିଲାନ୍ସ ଟିମ ସହ କେନ୍ଦୁଝର ଭିଜିଲାନ୍ସ ଟିମ ଏହି ଚଢ଼ାଉରେ ସାମିଲ ଅଛନ୍ତି ।

ସତ୍ୟପ୍ରକାଶ ସ୍ୱାଇଁଙ୍କ କେନ୍ଦୁଝର ଅଫିସ୍, ସରକାରୀ ବାସଭବନ, ଭଦ୍ରକ ପୈତୃକ ଘର, ଭୁବନେଶ୍ବର ଲକ୍ଷ୍ମୀସାଗର ସ୍ଥିତ ଘର ଓ ଶ୍ୱଶୁର ଘର ସମେତ ଏକକାଳୀନ ୭ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଚାଲିଛି । ପୂର୍ବରୁ ମଧ୍ୟ ସତ୍ୟପ୍ରକାଶଙ୍କ ନାଁରେ ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଏକ ମାମଲା ହୋଇ ଥିଲା। କୋର୍ଟଙ୍କ ନିର୍ଦ୍ଦେଶ ପରେ ଏହି ଚଢ଼ାଉ ଜାରି ରହିଛି ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି । ଏହି ଚଢ଼ାଉରେ ୧୨ ଜଣ ଡିଏସପି, ୧୧ ଇନସ୍ପେକ୍ଟର ଏବଂ ଅନ୍ୟ ସହ କର୍ମଚାରୀମାନେ ସାମିଲ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ଚଢ଼ାଉ ଜାରି ରହିଥିବାବେଳେ ସମ୍ପୂର୍ଣ୍ଣ ତଥ୍ୟ ମିଳିପାରିନାହିଁ । ଶ୍ରୀ ସତ୍ୟ ପ୍ରକାଶ ସ୍ୱାଇଁ ପୂର୍ବରୁ ଭୁବନେଶ୍ୱର ଝାରପଡ଼ା ଜେଲର ମଧ୍ୟ ଅଧିକ୍ଷକ ଦାୟିତ୍ୱ ସମ୍ଭାଳିଛନ୍ତି ।

Leave a Reply

Your email address will not be published. Required fields are marked *