September 7, 2024

ଅଳଙ୍କାର ସ୍ଥାନରନ୍ତରଣ ପାଇଁ ଲାଗିଥିଲା ପ୍ରାୟ ସାଢ଼େ ୭ ଘଣ୍ଟା ସମୟ

1 min read

ପୁରୀ: ସମ୍ପୂର୍ଣ୍ଣ ହେଲା ଭିତର ରତ୍ନଭଣ୍ଡାରରୁ ଅଳଙ୍କାର ସ୍ଥାନାନ୍ତର କାର୍ଯ୍ୟ। ଅଳଙ୍କାର ସ୍ଥାନରନ୍ତରଣ ପାଇଁ ଲାଗିଥିଲା ପ୍ରାୟ ସାଢ଼େ ୭ ଘଣ୍ଟା ସମୟ। ଗୁରୁବାର ସକାଳ ୯ଟା ୫୧ ମିନିଟ ଶୁଭ ବେଳାରେ ଖୋଲା ଯାଇଥିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର। ଅପରାହ୍ଣ ୫ଟା ସୁଦ୍ଧା ସ୍ଥାନାନ୍ତରଣ ପ୍ରକ୍ରିୟା ଶେଷ ହୋଇଥିଲା ବୋଲି ସୂଚନା ଦେଇଛନ୍ତି ରତ୍ନଭଣ୍ଡାର ଯାଞ୍ଚ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ଵନାଥ ରଥ।

ଭିତର ରତ୍ନଭଣ୍ଡାରରୁ ଅଳଙ୍କାର ସ୍ଥାନାନ୍ତରଣ ପ୍ରକ୍ରିୟା ଶେଷ ହେବା ପରେ ଜଷ୍ଟିସ ବିଶ୍ଵନାଥ ରଥ କହିଥିଲେ, ଭିତର ରତ୍ନଭଣ୍ଡରରେ ୩ଟି କାଠ ଆଲମିରା ଓ ଗୋଟିଏ ଷ୍ଟିଲ ଆଲମିରା ସହ ଦୁଇଟି କାଠ ସିନ୍ଦୁକ ଏବଂ ଗୋଟିଏ ଲୁହା ସିନ୍ଦୁକ ଥିଲା। ସେସବୁକୁ ସୁରକ୍ଷିତ ଭାବେ କଣ୍ଟେନରକୁ ସ୍ଥାନ୍ତାନ୍ତର କରାଯାଇଛି। କଣ୍ଟେନରଗୁଡ଼ିକରେ ତାଲା ପକାଯାଇଛି। ଚାବି ଜିଲ୍ଲାପାଳଙ୍କୁ ହସ୍ତାନ୍ତର କରାଯାଇଛି।

ରତ୍ନଭଣ୍ଡାର ଭିତରେ ସୁଡ଼ଙ୍ଗ ଥିବା ଖବର ଉପରେ ଜଷ୍ଟିସ ରଥ ପ୍ରତିକ୍ରିୟା ରଖି ରତ୍ନଭଣ୍ଡାରକୁ ନେଇ ଉଠୁଥିବା ଗୁଜବ ଉପରେ ବିଶ୍ଵାସ ନକରିବାକୁ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ। ସେ କହିଥିଲେ ରତ୍ନଭଣ୍ଡାର ଭିତରେ ଗୁପ୍ତ ସୁଡ଼ଙ୍ଗ ଥିବା ଆମେ ଦେଖିବାକୁ ପାଇନାହୁଁ। ତଥାପି ଲେଜର ସ୍କାନିଂ ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯିବ। ସରକାରଙ୍କ ଅନୁମତି ମିଳିଲେ ଲେଜର ସ୍କାନିଂ କାର୍ଯ୍ୟ ପାଇଁ ଆଗେଇବୁ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *