September 7, 2024

ଚିଲିକାରେ ଆରମ୍ଭ ଇରାୱାଡି ଡ଼ଲଫିନ ଗଣତି

1 min read

ଚିଲିକା: ଚିଲିକାରେ ଆରମ୍ଭ ହେଲା ଇରାୱାଡି ଡ଼ଲଫିନ ଗଣତି | ମୋଟ ୧୮ଟି ଟିମ ଚିଲିକାର ୪ଟି ଅଞ୍ଚଳକୁ ଯାଇ ଡ଼ଲଫିନ ଗଣତି କରୁଛନ୍ତି|

ସେଣ୍ଟ୍ରାଲ ସେକ୍ଟରରେ ୬ଟି ଟିମ, ସାଉଥର୍ନ ସେକ୍ଟରରେ ୪ଟି ଟିମ, ନର୍ଦନ ସେକ୍ଟରରେ ୧ଟି ଟିମ, ଆଉଟର ଚ୍ୟାନେଲରେ ୭ଟି ଟିମ ଗଣତି ଆରମ୍ଭ କରିଛନ୍ତି | ପ୍ରତ୍ୟେକ ଟିମରେ ୮ ରୁ ୧୦ ଜଣ ସଦସ୍ୟ ରହିଛନ୍ତି | ପ୍ରତ୍ୟେକ ଟିମରେ ବନବିଭାଗ କର୍ମଚାରୀ, ସିଡିଏ କର୍ମଚାରୀ, ଓୟୁଏଟି ଛାତ୍ରଛାତ୍ରୀ, ମୋଟରବୋଟ କର୍ମଚାରୀ, ସୋସିଆଲ ୱାର୍କର ଓ ଗଣମାଧ୍ୟମ ପ୍ରତିନିଧି ରହିଛନ୍ତି |

ବାଇନାକୁଲର, ଜିପିଏସ ଓ କ୍ୟାମେରା ବ୍ୟବହାର କରାଯାଇ ଗଣନା ଚାଲିଛି | ଭୋର ୬ଟାରୁ ଗଣନା ଆରମ୍ଭ ହୋଇଥିବାବେଳେ ଦିନ ୧୨ଟା ପର୍ଯ୍ୟନ୍ତ ଗଣତି ଚାଲିବ | ଡ଼ଲଫିନ ଗଣତି ପାଇଁ ଚିଲିକାରେ ଭସାପୋଲ, ଘାଟଡ଼ଙ୍ଗା ଓ ଟ୍ୟୁରିଷ୍ଟ ଡ଼ଙ୍ଗା ଚଳାଚଳ ବନ୍ଦ ରହିଛି |

Leave a Reply

Your email address will not be published. Required fields are marked *