September 7, 2024

ଶପଥ ଗ୍ରହଣ ଉତ୍ସବ ପାଇଁ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ

1 min read

ଭୁବନେଶ୍ୱର: ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବା ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରାଯାଇଛି। ବିଜେପି ପକ୍ଷରୁ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ ଦିଆଯାଇଛି। ମଙ୍ଗଳବାର ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ସମେତ ଦଳର ବରିଷ୍ଠ ନେତାମାନେ ନବୀନ ନିବାସ ଯାଇ ତାଙ୍କୁ ନିମନ୍ତ୍ରଣ ପତ୍ର ପ୍ରଦାନ କରିଥିଲେ।

ନବୀନ ପଟ୍ଟନାୟକ ବିଜେପି ନେତାଙ୍କଠାରୁ ଶପଥ ଗ୍ରହଣ ଉତ୍ସବର ନିମନ୍ତ୍ରଣ ପତ୍ର ଗ୍ରହଣ କରିଥିଲେ। ଏହାସହ ସେ ଏହି ସମାରୋହରେ ନିଶ୍ଚିତ ଆସିବି ବୋଲି କହିଥିବା ନେଇ ମନମୋହନ ସାମଲ ସୂଚନା ଦେଇଛନ୍ତି।ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିବା ପାଇଁ ମନମୋହନ ସାମଲଙ୍କ ସହ ବିଜେପିର ବରିଷ୍ଠ ନେତା ବସନ୍ତ ପଣ୍ଡା, ବିଧାୟକ ସୁରେଶ ପୂଜାରୀ ଓ ନିତ୍ୟାନନ୍ଦ ଗଣ୍ଡ ପ୍ରମୁଖ ନବୀନ ନିବାସ ଯାଇଥିଲେ।

ବୁଧବାର ଅପରାହ୍ଣ ୫ଟା ସମୟରେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବେ। ଭୁବନେଶ୍ଵର ଜନତା ମଇଦାନରେ ଏହି ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ବହୁ ବରିଷ୍ଠ ନେତା ଯୋଗଦେବେ।

Leave a Reply

Your email address will not be published. Required fields are marked *