September 16, 2024

ମଉଳି ଯାଇଛି ଭାରତର ସ୍ବର୍ଣ୍ଣ ପଦକ ଜିତିବାର ଆଶା

1 min read

ପ୍ୟାରିସ୍‌ : ପ୍ୟାରିସ ଅଲିମ୍ପିକ୍ସରେ ପ୍ରଥମ ଥର ପାଇଁ କୁସ୍ତିରେ ଭାରତ ସ୍ବର୍ଣ୍ଣ ପଦକ ଜିତିବ ବୋଲି ଆଶା କରାଯାଉଥିଲା। ୫୦ କିଲୋଗ୍ରାମ ଓଜନ ବର୍ଗର ଫାଇନାଲରେ ସ୍ଥାନ ସୁରକ୍ଷିତ କରି ଭିନେଶ ଫୋଗଟ ଇତିହାସ ସୃଷ୍ଟି କରିଥିଲେ। ମଙ୍ଗଳବାର ଭାରତୀୟ ତାରକା ଚମତ୍କାର ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଥିଲେ। ହେଲେ ଦୁର୍ଭାଗ୍ୟବଶତଃ ମ୍ୟାଚ ପୂର୍ବରୁ ତାଙ୍କର ମାତ୍ର ୧୦୦ ଗ୍ରାମ ଓଜନ ବଢି ଯାଇଥିଲା। ଏବଂ ତାଙ୍କୁ ପ୍ୟାରିସ ଅଲିମ୍ପିକ୍ସରୁ ଅଯୋଗ୍ୟ ଘୋଷିତ କରାଯାଇଥିଲା।

ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ମହିଳା ରେସଲର ଭିନେଶ ଫୋଗଟ ଚମତ୍କାର ପ୍ରଦର୍ଶନ କରିଥିଲେ। ମଙ୍ଗଳବାର ଦିନ ଖେଳାଯାଇଥିବା କ୍ରମାଗତ ତିନୋଟି ମ୍ୟାଚରେ ସେ ଏକ ବଡ଼ ବିଜୟର ହାସଲ କରିଥିଲେ। ପ୍ରଥମ ମ୍ୟାଚ ସବୁଠୁ ବଡ ବୋଲି ବିବେଚନା କରାଯାଉଥିଲା। ପ୍ରଥମ ରାଉଣ୍ଡରେ ଡିଫେଣ୍ଡିଂ ଚାମ୍ପିୟନ ତଥା ବିଶ୍ୱ ଚାମ୍ପିୟନ ଜାପାନର ୟୁଇ ସୁସାକିଙ୍କୁ ହରାଇଥିଲେ। ପରବର୍ତ୍ତୀ ମ୍ୟାଚରେ ଉଚ୍ଚ ର଼୍ୟାଙ୍କିଙ୍ଗପ୍ରାପ୍ତ ୟୁକ୍ରେନର ଓକସାନା ଲିଭାଚଙ୍କୁ ହରାଇ ଇତିହାସ ରଚିଥିଲେ ଭିନେଶ। ସେମିଫାଇନାଲରେ ସେ ଏକପାଖିଆ ମ୍ୟାଚରେ କ୍ୟୁବା ରେସଲର ଇଉସେଲିସ ଗୁଜମାନ ଲୋପେଜଙ୍କୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲେ।

ପ୍ୟାରିସ ଅଲିମ୍ପିକ୍ସ ଫାଇନାଲ ପୂର୍ବରୁ ଅଧିକ ଓଜନ ହେତୁ ଅଯୋଗ୍ୟ ହେବା ପରେ ସେମିଫାଇନାଲରେ ଭିନେଶ ଫୋଗାଟଙ୍କୁ ହରାଇଥିବା ରେସଲର ଫାଇନାଲରେ ଖେଳିବାର ସୁଯୋଗ ପାଇବେ। ସୁନା ପଦକ ଜିତିବା ପାଇଁ କ୍ୟୁବାର ରେସଲର ଇଉସେଲିସ ଗୁଜମାନ ଲୋପେଜ ବର୍ତ୍ତମାନ ଆମେରିକାର ସାରା ହିଲଡବ୍ରାଣ୍ଡଙ୍କ ବିପକ୍ଷରେ ଖେଳିବେ।

ବୁଧବାର ଓଜନ ହ୍ରାସ କରିବାରେ ଭିନେଶ ଅସମର୍ଥ ହେବା ପରେ ଗୁଜମାନ ସ୍ବର୍ଣ୍ଣ ପଦକ ମ୍ୟାଚ ପାଇଁ ସେ ଫୋଗଟଙ୍କ ସ୍ଥାନରେ ସୁଯୋଗ ପାଇଛନ୍ତି । ଅଲିମ୍ପିକ ଫାଇନାଲରେ ପ୍ରବେଶ କରିଥିବା ପ୍ରଥମ ମହିଳା ଭାରତୀୟ ରେସଲର ଭାବରେ ଭିନେଶ, ଗୁଜମାନ ଲୋପେଜଙ୍କୁ 5-0 ରେ ପରାସ୍ତ କରିଥିଲେ।

Leave a Reply

Your email address will not be published. Required fields are marked *