ଭାରତୀୟ ବାୟୁ ସେନା ପକ୍ଷରୁ ଆଫକାଟ୍ ପରୀକ୍ଷା ପାଇଁ ଆବେଦନ ଜାରି
1 min readଭାରତୀୟ ବାୟୁ ସେନାରେ ପାଇଲଟ୍ ଓ ବିଭିନ୍ନ ଗ୍ରାଉଣ୍ଡ ଡ୍ୟୁଟି ଷ୍ଟାଫ ପଦବୀ ପାଇଁ ନିଯୁକ୍ତି ସୁଯୋଗ ରହିଛି। ଏଥିପାଇଁ ଆଫକାଟ୍ ପରୀକ୍ଷା (୨୦୨୫-୦୧) ଅନୁଷ୍ଠିତ ହେବ। ଏହି ପରୀକ୍ଷା ପାଇଁ ଏବେ ଅନଲାଇନରେ ଆବେଦନ ଜାରି ରହିଛି। ଡିସେମ୍ବର ୩୧ ତାରିଖ ଯାଏଁ ଆବେଦନ ପ୍ରକ୍ରିୟା ଚାଲିବ।
ଆପଣମାନେ ଭାରତୀୟ ବାୟୁ ସେନାରେ ଚାକିରି କରିବା ପାଇଁ ଇଚ୍ଛୁକ ଥିଲେ, ଜାଣନ୍ତୁ କେମିତି କରିବେ ଆବେଦନ।
ଏହି ଆଫକାଟ୍ ପରୀକ୍ଷା ପାଇଁ ଆବେଦନ ଶୁଳ୍କ ୫୫୦ ଟଙ୍କା ରଖାଯାଇଛି। କେବଳ ଏନସିସି ଏୟାର ୱିଙ୍ଗ ସିନିୟର ଡିଭିଜନର ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ ଛାଡ଼ କରାଯାଇଛି।
ଏହିସବୁ ପଦବୀ ପାଇଁ କେବେ ପ୍ରିଲିମିନାରି ପରୀକ୍ଷା କରାଯିବ ସେନେଇ ଭାରତୀୟ ବାୟୁସେନା ପକ୍ଷରୁ ସୂଚନା ଦିଆଯିବ। ଏହି ପରୀକ୍ଷା ଓ ପଦବୀର ଅଧିକ ସୂଚନା ବାୟୁସେନାର ୱେବସାଇଟରେ ଉପଲବ୍ଧ।