September 8, 2024

ମହିଳା ଏସିଆ କପ୍‌ରେ ପାକିସ୍ତାନକୁ ୭ ୱିକେଟ୍‌ରେ ହରାଇଲା ଭାରତ

1 min read

ଦାମ୍ବୁଲା: ଶ୍ରୀଲଙ୍କାରେ ଆରମ୍ଭ ହୋଇଥିବା ମହିଳା ଏସିଆ କପ୍‌ ଟ୍ବେଣ୍ଟି-୨୦ ପ୍ରତିଯୋଗିତାରେ ବିଜୟରୁ ଭାରତ ଅଭିଯାନ ଆରମ୍ଭ କରିଛି। ପ୍ରଥମ ଦିନରେ ଖେଳାଯାଇଥିବା ଦ୍ବିତୀୟ ମ୍ୟାଚ୍‌ରେ ୭ ଥରର ଚାମ୍ପିଅନ୍‌ ଭାରତ ୭ ୱିକେଟ୍‌ରେ ଚିରପ୍ରତିଦ୍ବନ୍ଦୀ ପାକିସ୍ତାନକୁ ପରାସ୍ତ କରିଛି। ଟସ୍‌ ଜିତି ବ୍ୟାଟିଂ କରିଥିବା ପାକିସ୍ତାନ ୧୯.୨ ଓଭରରେ ୧୦୮ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା। ୭ ଜଣ ବ୍ୟାଟ୍‌ର ଦୁଇ ଅଙ୍କ ଛୁଇଁ ପାରି ନଥିଲେ। ଦୀପ୍ତି ଶର୍ମା ୩ ଏବଂ ରେଣୁକା ସିଂହ, ପୂଜା ବସ୍ତ୍ରକାର, ଶ୍ରେୟଙ୍କା ପାଟିଲ ୨ ଲେଖାଏଁ ୱିକେଟ୍‌ ନେଇଥିଲେ। ଜବାବରେ ଭାରତ ୩୫ ବଲ୍‌ ପୂର୍ବରୁ ୩ ୱିକେଟ୍‌ ହରାଇ ମ୍ୟାଚ୍‌ ଜିତି‌ ନେଇଥିଲା। ସ୍ମୃତି ମନ୍ଧାନା ୪୫ (୩୧ ବଲ୍‌, ୯ ଚୌକା) ଓ ଶେଫାଳି ବର୍ମା ୪୦ (୨୯ ବଲ୍‌, ୬ ଚୌକା, ୧ ଛକା) ପ୍ରଥମ ୱିକେଟ୍‌ରେ ୯.୩ ଓଭରରେ ୮୫ ରନ୍‌ର ଭାଗୀଦାରି ଗଢ଼ି ଦଳର ବିଜୟ ପଥ ପରିସ୍କାର କରିଥିଲେ।

Leave a Reply

Your email address will not be published. Required fields are marked *