ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ତଥା ଶେଷ ମ୍ୟାଚ୍ରେ ଭ|ରତ ୨୫ ରନ୍ରେ ପରାଜିତ
1 min readମୁମ୍ବାଇ: ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ତଥା ଶେଷ ମ୍ୟାଚ୍ରେ ଭ|ରତ ୨୫ ରନ୍ରେ ପରାଜିତ ହୋଇଛି। ଏହା ସହିତ ନ୍ୟୁଜିଲ୍ୟାଣ୍ଡ ୩ଟିକିଆ ସିରିଜର ସମସ୍ତ ମ୍ୟାଚ୍ ଜିତି କ୍ଲିନ୍ ସ୍ବିପ୍ କରିଛି। ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ତଥା ଶେଷ ମ୍ୟାଚ୍ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯାଇଥିଲା। ନ୍ୟୁଜିଲ୍ୟାଣ୍ଡ ଭାରତୀୟ ମାଟିରେ ଇତିହାସ ସୃଷ୍ଟି କରିଛି । ଟିମ୍ ଇଣ୍ଡିଆର ଭେଟେରାନ୍ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଏବଂ ବିରାଟ କୋହଲି ପୁଣି ଫ୍ଲପ୍ ହୋଇଥିଲେ। ରୋହିତ ୧୧ ରନ୍ କରି ପାଭିଲିୟନ ଫେରିଥିଲେ। ସେ ମ୍ୟାଟ ହେନେରିଙ୍କ ବୋଲିଂରେ କ୍ୟାଚ୍ ଆଉଟ୍ ହୋଇଥିଲେ। ସେହିପରି ବିରାଟ ୧ ରନ୍ରେ ଅଜାଜ ପଟେଲଙ୍କ ଦ୍ବାରା କ୍ୟାଚ୍ ଆଉଟ୍ ହୋଇଥିଲେ।
ଋଷଭ ପନ୍ତ ୬୪ ରନ୍ କରିଥିବାବେଳେ ଜଶସ୍ବୀ ଜୟସ୍ବାଲ ୫ ରନ୍ କରିଥିଲେ। ୱାଶିଂଟନ ସୁନ୍ଦର ୧୨ ରନ୍ କରିଥିଲେ। ଶୁବମନ ଗିଲ୍ ୧ ରନ୍, ସରଫରାଜ ଖାନ୍ ୧ ରନ୍, ରବିନ୍ଦ୍ର ଜାଡ଼େଜା ୬ ରନ, ରବିଚନ୍ଦ୍ରନ ଅଶ୍ବିନୀ ୮ ରନ୍ କରିଥିବାବେଳେ ଆକାଶଦୀପ ଖାତା ନ ଖୋଲି ପାଭିଲିୟନ ଫେରିଥିଲେ। ରାଜଧାନୀରେ ମୃଦୁ ଭୂମିକମ୍ପ ନେଇ ଚର୍ଚ୍ଚା, କୌଣସି କ୍ଷୟକ୍ଷତିର ସୂଚନା ନାହିଁ