March 11, 2025

ନ୍ୟୁଜିଲାଣ୍ଡକୁ ପରାସ୍ତ କରି ବିଜୟର ଟୀକା ପିନ୍ଧିଲା ଭାରତ

1 min read

ନୂଆଦିଲ୍ଲୀ: ଦୁବାଇ ଉପରେ ଥିଲା ସାରା ଦୁନିଆର ନଜର । ଯେତେବେଳେ ପଡିଆରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ବିଜୟର ଟୀକା ପିନ୍ଧୁଥିଲା ଭାରତ ସେତେବେଳେ ଭାରତୀୟ ଦଳର ଖେଳାଳିଙ୍କ ଖୁସିକୁ ଦେଖୁଥିଲା ସାରା ବିଶ୍ବ । ବାଣ ଫୁଟୁଥିଲା, ଭାରତର ଜାତୀୟ ସଙ୍ଗୀତ ବାଜୁଥିଲା ଆଉ ଖୁସିର ମୁହୂର୍ତ୍ତରୁ ସବୁଦିନ ପାଇଁ ସ୍ମରଣୀୟ କରି ରଖୁଥିଲେ ଖେଳାଳି । କିଏ କପ୍ ସହ ଫଟୋ ଉଠାଉଥିଲା ତ କିଏ ତ୍ରିରଙ୍ଗା ପତାକା ପିନ୍ଧି ପଡିଆ ସାରା ଧାଉଁଥିଲା ।
ସେଲ୍ଫି, ରିଲ୍ସ, ଫଟୋ ଏବେ ସାରା ସୋସିଆଲ ମିଡିଆରେ ଛାଇ ଯାଇଥିବା ବେଳେ ୨୦୧୩ ପରେ ଚାମ୍ପିୟନ୍ସ ଟ୍ରଫି ୨୦୨୫ରେ ପୁଣି ଜିତିଛି ଭାରତ । ୧୨ ପରେ ପୁଣି ଖୁସି ଘରକୁ ଫେରୁଥିବାରୁ, ସଫଳତା ହାତ ମୁଠାରେ ଥିବାରୁ ଗୋଟେ ମିନିଟକୁ ବି ବରବାଦ କରି ନାହାନ୍ତି କେହି । ନିଜ ନିଜ ଅନ୍ଦାଜରେ ସେଲିବ୍ରେସନ କରିଛନ୍ତି ।
ବିଜୟୀ ଟିମ୍ ଫଟୋ ସେସନ ପରେ ଧଳା କୋଟ୍ ପିନ୍ଧିଥିବା ନଜର ଆସିଥିଲେ । ପରେ ପରେ କେକ୍ କାଟି ସେଲିବ୍ରେସନ କରିଥିଲେ ରୋହିତ ।