November 22, 2024

ଭୁବନେଶ୍ୱରରେ ଭଙ୍ଗାଯିବ ବେଆଇନ ଆପାର୍ଟମେଣ୍ଟ

1 min read

ଭୁବନେଶ୍ୱର: ଭୁବନେଶ୍ବରରେ ଭଙ୍ଗାଯିବ ୧୯୧ ଟି ବେଆଇନ ଆପାର୍ଟମେଣ୍ଟ । ଏଥିପାଇଁ ରାଜ୍ୟ ସରକାର ଦେଇଛନ୍ତି ନିର୍ଦ୍ଦେଶ। ବିଡିଏ ଅଧୀନରେ ଥିବା ୪୯୧ଟି ଆପାର୍ଟମେଣ୍ଟ ବିରୋଧରେ ଅଭିଯୋଗ ହୋଇଥିଲା। ଏଥିରୁ ୧୯୧ ଟି କୋଠା ଭାଙ୍ଗିବା ପାଇଁ ସରକାର ନିର୍ଦେଶ ଦେଇଛନ୍ତି । ବାକି ୨୩୭ ଟି ମାମଲା ଏବେ ବି ବିଚାରାଧୀନ ରହିଛି। ୬୩ ଟି ମାମଲା ଖାରଜ ହୋଇଛି। ଆଜି ବିଧାନସଭାରେ ବିଜେଡ଼ି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ପ୍ରଶ୍ନର ଲିଖିତ ଉତ୍ତର ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।

ସେହିପରି ଭୁବନେଶ୍ଵର ମହାନଗର ନିଗମ ଅଧିନରେ ବେଆଇନ୍ ଭାବେ ଗଢ଼ିଉଠିଥିବା ଆପାର୍ଟମେଣ୍ଟ/କୋଠାବାଡି ନିର୍ମାଣ ବିରୁଦ୍ଧରେ ୧୪୪୪ଟି ମାମଲା ରୁଜୁ ହୋଇଥିବା ବେଳେ ଏଥି ମଧ୍ୟରୁ ୪୫୧ ଟି ମାମଲା ଫଇସଲା ହୋଇସାରିଛି ଏବଂ ୯୯୩ ଟି ମାମଲା ବିଚାରଧୀନ ଅଛି । ଆଇନ ଉଲଙ୍ଘନ କରୁଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଏ ନେଇ ସୂଚନା ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ଼. କୃଷ୍ଣଚନ୍ଦ୍ର ମହାପାତ୍ର।

Leave a Reply

Your email address will not be published. Required fields are marked *