September 8, 2024

ଲୋକ ସଭାରେ କିଏ ହେବେ ବାଚସ୍ପତି?

1 min read

ନୂଆଦିଲ୍ଲୀ: ବିରୋଧୀ ଦଳ ଇଣ୍ଡିଆ ମେଣ୍ଟ ପକ୍ଷରୁ ଲୋକ ସଭାରେ ଉପ ବାଚସ୍ପତି ପଦ ପାଇଁ ଦାବି କରାଯାଇଛି। ବାଚସ୍ପତି ପଦ ପାଇଁ ଏନଡିଏ ମେଣ୍ଟ ନିଜ ପ୍ରାର୍ଥୀ ଦେଉଥିଲେ ହେଁ ଏଥିରେ ବିଜେପିର ମୁଣ୍ଡବିନ୍ଧା ବଢାଇଛନ୍ତି ଟିଡିପି ଓ ଜେଡିୟୁ। ଟିଡିପି ଏବେ ବାଚସ୍ପତି ପଦ ପାଇବା ପାଇଁ ଅଡି ବସିଛି। ଯଦି ବିଜେପି ନିଜ ପକ୍ଷରୁ ବାଚସ୍ପତି ପଦ ନ ଦେଇ ଏନଡିଏ ମେଣ୍ଟ ସହ ଆଲୋଚନା କରି କାହାକୁ ପ୍ରାର୍ଥୀ କରେ ତେବେ ଉପ ବାଚସ୍ପତି ପଦ ହାତେଇବାକୁ ଇର୍ଡିଆ ମେଣ୍ଟ ଦାବି କରିଛି। ଆଉ ଯଦି ସେହି ପଦ ମଧ୍ୟ ନ ମିଳେ ତେବେ ଇଣ୍ଡିଆ ବାଚସ୍ପତି ପଦ ପାଇଁ ନିଜ ପ୍ରାର୍ଥୀ ଘୋଷଣା କରିପାରେ ବୋଲି କହିଛି।

ସୂଚନାଥାଉ କି, ୧୮ତମ ଲୋକ ସଭାର ପ୍ରତମ ଅଧିବେଶଡ଼ ଜୁନ ୨୪ରେ ଆରମ୍ଭ ହେବାକୁ ଯାଉଛି। ୨୪ରୁ ଆରମ୍ଭ ହୋଇ ଏହା ଜୁଲାଇ ୩ରେ ଶେଷ ହେବ। ଏହିକ୍ରମରେ ୯ଦିବସୀୟ ସ୍ବତନ୍ତ୍ରୀ ଅଧିବେଶନ ଅନୁଷ୍ଠିତ ହେବ। ଏହି ସମୟରେ ବାଚସ୍ପତି ନିର୍ବାଚନ ପ୍ରକ୍ରିୟା ଜୁନ ୨୬ରୁ ଆରମ୍ଭ ହେବ । ୧୭ତମ ଲୋକ ସଭାରେ ବିଜେପି ପକ୍ଷରୁ ଓମ ବିର୍ଲା ବାଚସ୍ପତି ଥିବାବେଳେ ଉପ ବାଚସ୍ପତି ପଦ ଖାଲି ରହିଥିଲା।

ଚଳିତ ଲୋକ ସଭା ନିର୍ବାଚନରେ ଭାଜପା ୨୩୩ ଆସନ ପାଇଛି। କିନ୍ତୁ କେନ୍ଦ୍ରରେ ବିଜେପି ନେତୃତ୍ୱାଧିନ ଏନଡିଏ ମେଣ୍ଟ ସରକାର କରିଛି। ପ୍ରାୟ ୧୦ବର୍ଷ ପରେ କେନ୍ଦ୍ରରେ ଏନଡିଏ ତୃତୀୟ ଥର ପାଇଁ ସରକାର କରିଛି। ଚଳିତ ନିର୍ବାଚନରେ ବିରୋଧୀ ଇଣ୍ଡିଆ ମେଣ୍ଟ ଜବରଦସ୍ତ ପ୍ରଦର୍ଶନ କରିବା ସହ ସଶକ୍ତ ଭୂମିକାରେ ନଜର ଆସିଛନ୍ତି। ତେବେ ଏହାରି ଭିତରେ କେନ୍ଦ୍ରରେ ମେଣ୍ଟ ସରକାର ହୋଇଥିବାରୁ ବାଚସ୍ପତି ପଦ ପାଇଁ ଦଳ ଭିତରେ ଛକାପଞ୍ଝା ଲାଗି ରହିଛି। କେନ୍ଦ୍ରରେ ସରକାର ଗଢିବାରେ କିଙ୍ଗମେକର ସାଜିଥିବା ଜେଡି(ୟୁ) ଏବଂ ଟିଡିପି ମଧ୍ୟରେ ବାଚସ୍ପତି ପଦ ନେଇ ମତଭେଦ ଜାରି ରହିଛି। ବିଜେପି ଚାହୁଁଛି ଯେ ଲୋକ ସଭା ବାଚସ୍ପତି ଓମ ବିର୍ଲା ପଦ ବଜାୟ ରଖନ୍ତୁ। ଏହାକୁ ଜେଡି(ୟୁ) ସମର୍ଥନ କରଥିବାବେଳେ ଟିଡିପି ନାରାଜ ରହିଛି। ଏହାପରେ ବିରୋଧୀ ମଧ୍ୟ ବିଜେପିର ମୁଣ୍ଡବିନ୍ଧା ବଢାଇଛନ୍ତି। ବିରୋଧୀ ଇଣ୍ଡିଆ ମେଣ୍ଟ ଅନୁସାରେ ଯଦି ଲୋକ ସଭାରେ ଉପ ବାଚସ୍ପତି ପଦ ନ ମିଳେ ତେବେ ଇଣ୍ଡିଆ ଏଥିପାଇଁ ପ୍ରାର୍ଥୀ ଘୋଷଣା କରିବ।

Leave a Reply

Your email address will not be published. Required fields are marked *