୪ ଟା ଯାଏଁ ଗୃହ ମୁଲତବୀ
1 min readଭୁବନେଶ୍ୱର : ଗୃହରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ବାଧୀକାର ଭଙ୍ଗ ନୋଟିସ ଆଣିଲା କଂଗ୍ରେସ । ଅଗ୍ନିବୀର ସଂରକ୍ଷଣ ପ୍ରସଙ୍ଗକୁ ମୁଖ୍ୟମନ୍ତ୍ରୀ କାହିଁକି ବାହାରେ ପ୍ରକଶ କଲେ ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ବିଧାୟକ ତାରା ବହିନୀପତି ।ଶୂନ୍ୟକାଳରେ ବାଚସ୍ପତି ବାଚସ୍ପତି ସୁରମା ପାଢ଼ୀ ନୋଟିସ୍କୁ ଗ୍ରହଣ ମଧ୍ୟ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ପଢ଼ିବା ବେଳେ ଗୃହରେ ହଟ୍ଟଗୋଳ ହୋଇଥିଲା। ଅଗ୍ନିବୀର ସଂରକ୍ଷଣ ଓ ୫ ବର୍ଷ ବୟସ ସୀମା କୋହଳ ଘୋଷଣାରେ ଉଭୟ ବିରୋଧୀ ଏବଂ କଂଗ୍ରେସ ହୋ-ହଲ୍ଲା କରିଥିଲେ। ଗୃହ ଚାଲିଥିବା ବେଳେ କାହିଁକି ବାହାରେ ଘୋଷଣା କଲେ ବୋଲି ପ୍ରଶ୍ନ କରି ଉଭୟ ବିରୋଧୀ ଏବଂ କଂଗ୍ରେସ ହୋ-ହଲ୍ଲା କରିଥିଲେ। ଏବେ ଆଲୋଚନା ଜାରି ରହିଛି। ବିଧାନସଭା ବା ସଂସଦୀୟ ନିୟମ ଅନୁସାରେ ଅଧିବେଶନ ଚାଲିଥିବା ବେଳେ କୌଣସି ନୀତିଗତ ନିଷ୍ପତି ଗୃହ ବାହାରେ ଘୋଷଣା କରାଯାଇପାରିବ ନାହିଁ। ଏହାକୁ ପ୍ରଥମେ ଗୃହରେ ଘୋଷଣା କରିବାର ଆବଶ୍ୟକତା ରହିଛି। ହେଲେ ମୁଖ୍ୟମନ୍ତ୍ରୀ ଏହି ନିୟମ ଭାଙ୍ଗିଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି ।
ଅନ୍ୟପଟେ ସେପଟେ ତାରାଙ୍କ ବିରୋଧରେ ପାଲଟା ସ୍ୱାଧୀକାର ଭଙ୍ଗ ନୋଟିସ ଆଣିଛନ୍ତି ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟ । କଂଗ୍ରେସ ସ୍ବାଧିକାର ନୋଟିସ୍ ଆଣିବ କିପରି ଗଣମାଧ୍ୟମକୁ ଆସିଲା । ବାଚସ୍ପତିଙ୍କ ବିନା ଅନୁମତିରେ କିପରି ପ୍ରକାଶ ପାଇଲା ବୋଲି ଇରାଶିଷ ଆଚାର୍ଯ୍ୟ ପ୍ରଶ୍ନ କରିଛନ୍ତି। ନିୟମ ଅନୁସାରେ ବାଚସ୍ପତିଙ୍କ ବିନା ଅନୁମତିରେ ସ୍ବାଧିକାର ଭଙ୍ଗ ନୋଟିସ୍ ଦେବା ପୂର୍ବରୁ କେହି ଗଣମାଧ୍ୟମରେ ଏ ସଂପର୍କରେ କିଛି କହିପାରିବେ ନାହିଁ। ହେଲେ ଗତକାଲି କଂଗ୍ରେସ ସଦସ୍ୟ ଏହି ପ୍ରସଙ୍ଗ ଗଣମାଧ୍ଯମ ଆଗରେ କହିଥିଲେ। ଏହା ଗୃହର ମର୍ଯ୍ୟାଦା କ୍ଷୁର୍ଣ୍ଣ ନୁହେଁ କି ବୋଲି ସେ ପ୍ରଶ୍ନ କରିଛନ୍ତି। ବିଜେଡି ସଭ୍ୟମାନେ ବି ନିଜ ଆସନରେ ଠିଆ ହୋଇ ପ୍ରତିବାଦ କରିଥିଲେ। ଏହା ପରେ ଗୃହକୁ ଅପରାହ୍ନ ୪ଟା ପର୍ଯ୍ଯନ୍ତ ମୁଲତବୀ ରଖିଛନ୍ତି ବାଚସ୍ପତି।
ସୂଚନାନୁସାରେ,ଗତ ୨୬ ତାରିଖରେ ଗୃହ ଚାଲିଥିବା ବେଳେ ଅଗ୍ନିବୀରଙ୍କ ପାଇଁ ଚାକିରିରେ ୧୦ ପ୍ରତିଶତ ସଂରକ୍ଷଣ ଓ ବୟସ କୋହଳ ନେଇ ମୁଖ୍ୟମନ୍ତ୍ରୀ ଗୃହ ବାହାରେ ଘୋଷଣା କରିଥିଲେ ।