November 21, 2024

ମାଛ ତରକାରୀ ପାଇଁ ହୋଟେଲ କର୍ମଚାରୀଙ୍କୁ ହତ୍ୟା

1 min read

ଭୁବନେଶ୍ୱର : ମାଛ ତରକାରୀ କୁ ନେଇ ବିଭତ୍ସ ହତ୍ୟା । ରାଜଧାନୀ ଡମଣା ଛକରେ ଥିବା ହୋଟେଲ ତାରାଦେଇ ର ରୋଷେୟାଙ୍କୁ ହତ୍ୟା କରିଛି ଅନ୍ୟ ଏକ ହୋଟେଲ କର୍ମଚାରୀ । ମୃତକ ହେଉଛନ୍ତି ପିତାମ୍ବର ଜେନା । ତାଙ୍କ ଘର ଗଞ୍ଜାମ ସୋରଡ଼ାରେ । ସେ ଗତ ୧୫ବର୍ଷଧରିଉକ୍ତହୋଟେଲରେ ରୋଷେୟା ଭାବରେକାମ କରୁଥିଲେ ।

ମଙ୍ଗଳବାର ବିଳମ୍ବିତ ରାତିରେ ଅଭିଯୁକ୍ତଙ୍କ ସହିତ ପିତାମ୍ବରଙ୍କର ମାଛ ଖାଇବାକୁ ନେଇ ଗଣ୍ଡଗୋଳ ହୋଇଥିଲା । ଏହାପରେ ଅଭିଯୁକ୍ତ ପିତାମ୍ବରଙ୍କୁ ଏକ ପନିକିରେ ହାଣି ହତ୍ୟା କରିଛି । ପ୍ରମାଣ ନଷ୍ଟ ପାଇଁ ମୃତଦେହ ଲୁଚାଇବା ବେଳେ ଅନ୍ୟ କର୍ମଚାରୀମାନେ ଦେଖିଥିଲେ। ଏବଂ ଚନ୍ଦ୍ରଶେଖରପୁର ଥାନା ପୁଲିସକୁ ଖବର ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ଛାନଭିନ୍ ଜାରି ରଖିଛି । ସେପଟେ ଘଟଣା ଘଟିବା ପରେ ଅଭିଯୁକ୍ତ ଜଣଙ୍କ ଫେରାର ହୋଇଯାଇଛି ।