ଓଡ଼ିଶାରେ ହାଇକୋର୍ଟ ବେଞ୍ଚ୍ ସ୍ଥାପନ କରାଯିବ ନାହିଁ
1 min readଭୁବନେଶ୍ୱର : ଓଡ଼ିଶାରେ ହେବ ନାହିଁ ହାଇକୋର୍ଟ ବେଞ୍ଚ ସ୍ଥାପନ । ଏନେଇ ଆଜି ଗୃହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି । ବିଧାନସଭାରେ ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂଦେଓଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଲିଖିତ ଉତ୍ତର ରଖିଛନ୍ତି । ସେ କହିଛନ୍ତି ଏ ବାବଦରେ କୌଣସି ପ୍ରସ୍ତାବ ନାହିଁ ।
ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ, ଓଡ଼ିଶାରେ ହାଇକୋର୍ଟ ବେଞ୍ଚ୍ ସ୍ଥାପନ କରାଯିବ ନାହିଁ ବୋଲି ସୂଚନା ଦେଇଛନ୍ତି ମୋହନ ଚରଣ ମାଝୀ । ରାଜ୍ୟରେ ହାଇକୋର୍ଟ ବେଞ୍ଚ୍ ସ୍ଥାପନ ନ କରିବା ପାଇଁ ଗତ ୨୦୨୩ ମସିହା ଡିସେମ୍ବର ମାସରେ ସୁପ୍ରିମକୋର୍ଟ ରାୟ ଶୁଣାଇଥିଲେ ।