December 3, 2024

ଚଢା ଦରରେ ବିକ୍ରି ହେଉଥିଲେ ଫୋନ୍‌ କର

1 min read

ଭୁବନେଶ୍ୱର : ରାଜ୍ୟରେ ପର୍ଯ୍ୟାପ୍ତ ଖାଦ୍ୟଶସ୍ୟ ମହଜୁଦ ରହିଛି। ବାତ୍ୟା ପରବର୍ତ୍ତୀ ସମୟରେ ଲୋକଙ୍କୁ ରନ୍ଧାଖାଦ୍ୟ ଓ ଶୁଖିଲା ଖାଦ୍ୟ ପଦାର୍ଥ ଯୋଗାଇ ଦିଆଯିବ। ଖାଦ୍ୟ ସାମଗ୍ରୀ ନ ପାଇବାକୁ ନେଇ କେହି ଭୟଭୀତ ହୁଅନ୍ତୁ

ନାହିଁ। ସରକାର ସଜାଗ ଅଛନ୍ତି। ​‌ଯେଉଁ ମୁନାଫାଖୋର ବ୍ୟବସାୟୀମାନେ ଏଭଳି ସମୟରେ ଖାଦ୍ୟ ସାମଗ୍ରୀ କଳାବଜାର କରି ଚଢା ମୂଲ୍ୟରେ ବିକ୍ରି କରୁଛନ୍ତି ସେମାନଙ୍କ ସଂପର୍କରେ ସୂଚନା ଦେବାକୁ ବିଭାଗ ପକ୍ଷରୁ

ଟେଲିଫୋନ ନଂ ୦୬୭୪-୨୩୯୬୨୨୭ ଜାରି କରାଯାଇଛି। ଏହି ନମ୍ବରରେ ସୂଚନା ଦେଲେ ସଂପୃକ୍ତ ବ୍ୟବସାୟୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ

କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ସମ୍ଭାବ୍ୟ ବାତ୍ୟା ପ୍ରତି ସରକାର ତୀକ୍ଷ୍ମଣ ନଜର ରଖିଛନ୍ତି। ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟବୃଦ୍ଧି କରୁଥିବା ବ୍ୟବସାୟୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଅଧିକାରୀଙ୍କୁ ନିର୍ଦେଶ

ଦିଆଯାଇଥିବା ଶ୍ରୀ ପାତ୍ର ସୂଚନା ଦେଇଛନ୍ତି।