October 18, 2024

ନୀତି ଲାଗୁ କଲା ଏଚ୍‌ସିଏଲ୍‌ଟେକ୍‌

1 min read

ନୂଆଦିଲ୍ଳୀ: ଏଚ୍‌ସିଏଲ୍‌ଟେକ୍‌ କମ୍ପାନି ଏକ ନୂତନ ନୀତି କାର୍ଯ୍ୟକାରୀ କରିବାକୁ ସ୍ଥିର କରିଛି। ଯାହା କର୍ମଚାରୀମାନଙ୍କୁ ସପ୍ତାହକୁ ଅତି କମ୍‌ରେ ୩ ଦିନ ଅଫିସ୍‌ ଆସିବାକୁ ବାଧ୍ୟ କରିବ। ନହେଲେ ସେ ଦିନଗୁଡ଼ିକୁ ଛୁଟି ଭାବରେ ଗ୍ରହଣ କରାଯିବ ବୋଲି ମନି କଣ୍ଟ୍ରୋଲ୍ ଡଟ୍ କମ୍ ସୂତ୍ରରୁ ପ୍ରକାଶ ପାଇଛି।।
ନୂତନ ନୀତି ଅନୁଯାୟୀ, ଏଚ୍‌ସିଏଲ୍‌ଟେକ୍‌ କର୍ମଚାରୀମାନେ ଅଫିସରୁ ସପ୍ତାହରେ ଅତି କମରେ ତିନି ଦିନ ଏବଂ ମାସରେ ଅତି କମରେ ୧୨ ଦିନ କାର୍ଯ୍ୟ କରିବା ଜରୁରୀ। ଯଦି କର୍ମଚାରୀମାନେ ଏହି ଆବଶ୍ୟକତା ପୂରଣ କରିବାରେ ବିଫଳ ହୁଅନ୍ତି, ସେମାନେ ଅନୁପସ୍ଥିତ ଥିବା ପ୍ରତ୍ୟେକ ଦିନକୁ ଛୁଟି ଭାବେ ଗଣନା କରାଯିବ।

ମନି କଣ୍ଟ୍ରୋଲ୍ ଡଟ୍ କମର ରିପୋର୍ଟରେ ଉଦ୍ଧୃତ ଜଣେ ଅଜ୍ଞାତ କର୍ମଚାରୀ ଉଲ୍ଲେଖ କରିଛନ୍ତି ଯେ ଏଚ୍‌ଆର୍‌ ବିଭାଗ ଇମେଲ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି ଏବଂ ଏହି ନୀତି କାର୍ଯ୍ୟକାରୀ ହୋଇସାରିଛି।

ବର୍ତ୍ତମାନ ସୁଦ୍ଧା ଏଚ୍‌ସିଏଲ୍‌ଟେକ୍‌ର ନିୟମ ଅନୁସ‌ାରେ ତିନି ବର୍ଷରୁ କମ୍ କାର୍ଯ୍ୟକାଳର କର୍ମଚାରୀମାନେ ୧୮ଟି ଛୁଟି ଓ ଗୋଟାଏ ବ୍ୟକ୍ତିଗତ ଛୁଟି ନେଇ ପାରୁଥିଲେ ଓ ତିନି ବର୍ଷରୁ ଅଧିକ କାର୍ଯ୍ୟକାଳ ଥିବା କର୍ମଚାରୀମାନେ ପ୍ରାୟ ୨୦ ଟି ବାର୍ଷିକ ଛୁଟି ଓ ଗୋଟାଏ ବ୍ୟକ୍ତିଗତ ଛୁଟି ନେଇ ପାରୁଥିଲେ।

Leave a Reply

Your email address will not be published. Required fields are marked *