କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ବର୍ଷିଛନ୍ତି ବିଜେଡି ନେତା
1 min readଭୁବନେଶ୍ବର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ବିଜେଡି ନେତା ଭୃଗୁ ବକ୍ସିପାତ୍ର ବର୍ଷିଛନ୍ତି । ନିଯୁକ୍ତି ଓ ଜାତୀୟ ରାଜପଥ ପ୍ରସଙ୍ଗରେ ସେ ଧର୍ମେନ୍ଦ୍ରଙ୍କୁ କଡା ସମାଲୋକନା କରିଛନ୍ତି। ଧର୍ମେନ୍ଦ୍ର ଟଙ୍କା ବାଣ୍ଟିବାର ମିଥ୍ୟା ଅଭିଯୋଗ ଆଣୁଛନ୍ତି। ସରକାରୀ କଳର ଅପବ୍ୟବହାର ନେଇ ମିଛ କଥା କହୁଛନ୍ତି। ବିଜେପି ଯେତେବେଳେ ହାରିବାକୁ ଯାଏ ସେତେବେଳେ ମିଛ ଅଭିଯୋଗ ଆରମ୍ଭ କରେ । କେନ୍ଦ୍ରମନ୍ତ୍ରୀଙ୍କ ଉପରେ ରାଜ୍ୟର ଲୋକଙ୍କ ମଧ୍ୟରେ ଅସନ୍ତୋଷ ରହିଛି । ପରାଜୟ ଭୟରେ ମିଥ୍ୟା ଅଭିଯୋଗ ଆଣି ସେ ରାଜ୍ୟର ଭୋଟରଙ୍କୁ ବିଭ୍ରାନ୍ତ କରୁଛନ୍ତି ।
ଜାତୀୟ ରାଜପଥ ପ୍ରସଙ୍ଗ ଉଠାଇ ଭୃଗୁ ଆହୁରି କହିଛନ୍ତି ସମ୍ବଲପୁର ଜାତୀୟ ରାଜପଥର ଅବସ୍ଥା ଓଡିଶାବାସୀ ଦେଖୁଛନ୍ତି । ଜାତୀୟ ରାଜପଥ ପରିସ୍ଥିତି ବହୁତ ଖରାପ । ସମ୍ବଲପୁରରେ ଗୋଟିଏ ବି କେନ୍ଦ୍ରୀୟ ବିଦ୍ୟାଳୟ ଖୋଲାଯାଇନାହିଁ। ଦକ୍ଷତା ବିକାଶ ପାଇଁ କୌଣସି ଅନୁଷ୍ଠାନ କେନ୍ଦ୍ରମନ୍ତ୍ରୀ କରିନାହାନ୍ତି । ଜଗନ୍ନାଥ ପରିକ୍ରମା ପ୍ରକଳ୍ପ ଓ ସମଲେଶ୍ୱରୀ ମନ୍ଦିରର ଉନ୍ନୟନ କାମକୁ ବିଜେପି ନେତା ସବୁବେଳେ ନାପସନ୍ଦ କରିଆସିଛନ୍ତି ।
କିନ୍ତୁ ଓଡିଶାର କୋଇଲା ଖଣି କୋଇଲା ସାରା ଭାରତରେ ବ୍ୟବହାର କରାଯାଉଛି। ମାତ୍ର ଏମସିଏଲରେ ଓଡିଆ ଯୁବବର୍ଗଙ୍କୁ ନିଯୁକ୍ତି ମିଳୁନାହିଁ । ବିହାର ଓ ମଧ୍ୟପ୍ରଦେଶ ଲୋକଙ୍କୁ ନିଯୁକ୍ତି ମିଳୁଛି। ଏହା ଦ୍ବାରା ରାଜ୍ୟବାସୀଙ୍କ ପ୍ରତି କେନ୍ଦ୍ରମନ୍ତ୍ରୀଙ୍କ ମନରେ କେତେ ଭଲ ପାଇପାବା ଅଛି ତାହା ଜଣାପଡୁଛି ବୋଲି ସେ କହିଛନ୍ତି।