October 22, 2024

ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟବୀମାରୁ ଜିଏସ୍‌ଟି ସମ୍ପୂର୍ଣ୍ଣ ପ୍ରତ୍ୟାହାର ପାଇଁ ସରକାରଙ୍କ ନିଷ୍ପତ୍ତି

1 min read

ନୂଆଦିଲ୍ଲୀ: ବରିଷ୍ଠ ନାଗରିକମାନଙ୍କ ପାଇଁ ସ୍ୱାସ୍ଥ୍ୟବୀମା କ୍ଷେତ୍ରରେ ସମ୍ପୂର୍ଣ୍ଣ ଜିଏସ୍‌ଟି ପ୍ରତ୍ୟାହାର ପାଇଁ ମନ୍ତ୍ରୀସ୍ତରୀୟ କମିଟି ସୁପାରିଶ କରିଛି । ଜିଏସ୍‌ଟି ପରିଷଦକୁ ସୁପାରିଶ କରାଯାଇଥିବା ନିଷ୍ପତ୍ତି ଅନୁସାରେ, ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟବୀମା ଏବଂ ବରିଷ୍ଠ ନାଗରିମାନଙ୍କ ସ୍ୱାସ୍ଥ୍ୟବୀମା ଉପରୁ ଜିଏସ୍‌ଟି ପ୍ରତ୍ୟାହାର କରାଯାଇଛି ।

ହେଲେ, ୫ ଲକ୍ଷରୁ ଅଧିକ ଟଙ୍କାର ସ୍ୱାସ୍ଥ୍ୟବୀମା ଉପରେ ୧୮ ପ୍ରତିଶତ ଜିଏସ୍‌ଟି ପୂର୍ବଭଳି ଲାଗୁ ରହିବ । ଏହାବ୍ୟତୀତ ୨୦ ଲିଟର ପାଣିବୋତଲ, ସାଇକେଲ ଏବଂ ନୋଟ୍‌ବୁକ୍‌ ଉପରେ ଜିଏସ୍‌ଟି ୫ ପ୍ରତିଶତକୁ ହ୍ରାସ କରିବା ପାଇଁ ମନ୍ତ୍ରୀସ୍ତରୀୟ କମିଟି ପ୍ରସ୍ତାବ ଦେଇଛି । ସୂଚନାଯୋଗ୍ୟ, ଗତକାଲି ନୂଆଦିଲ୍ଲୀରେ ଜିଏସ୍‌ଟି ସମ୍ପର୍କିତ ମନ୍ତ୍ରୀ ପରିଷଦର ବୈଠକ ବିହାର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।