ବିଭିନ୍ନ ସରକାରୀ କାର୍ଯ୍ୟାଳୟର ରଙ୍ଗ ବଦଳାଇବା ପାଇଁ ସରକାରଙ୍କ ନିଷ୍ପତ୍ତି
1 min read
ଭୁବନେଶ୍ୱର: ରାଜ୍ୟରେ ସରକାର ବଦଳିଛନ୍ତି। ପୂର୍ବରୁ ବିଭିନ୍ନ ସରକାରୀ କାର୍ଯ୍ୟାଳୟର ରଙ୍ଗ ବଦଳାଇବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସରକାରଙ୍କ ପକ୍ଷରୁ କୁହାଯାଇଥିଲା। ଏବେ ରାଜ୍ୟର ବିଭିନ୍ନ ମେଡିକାଲର ରଙ୍ଗ ବଦଳିବ । ବିଶେଷକରି କ୍ୟାପିଟାଲ ହସ୍ପିଟାଲ ଏବଂ କଟକ ବଡ଼ ମେଡିକାଲର ରଙ୍ଗ ବଦଳିବ।
ଏନେଇ ପୂର୍ତ୍ତ ବିଭାଗ ପକ୍ଷରୁ କୁହାଯାଇଛି । କ୍ୟାପିଟାଲ ହସ୍ପିଟାଲର କେତେକ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି। ସମ୍ପୂର୍ଣ୍ଣ ହେବା ପରେ ରଙ୍ଗ ବଦଳାଯିବ ।
ବିଜେପି ସରକାରଙ୍କର ଏହି ରଙ୍ଗ ବଦଳାଇବା କାର୍ଯ୍ୟକୁ ବିଜେଡି ପକ୍ଷରୁ କଡ଼ା ସମାଲୋଚନା କରାଯାଇଛି। ସରକାରୀ କୋଠାର ରଙ୍ଗ ବଦଳାଇବାକୁ ସରକାରଙ୍କ ନିଷ୍ପତ୍ତିକୁ ବିଜେଡି କଡ଼ା ସମାଲୋଚନା କରିଛି । ବିଜେଡି ପକ୍ଷରୁ କୁହାଯାଇଛି, ରଙ୍ଗ ବଦଳାଇଲେ ସରକାରଙ୍କ ଚରିତ୍ର ବଦଳି ଯାଏନି । ସୁଶାସନ ଦେଲେ ଲୋକେ ଭଲ ପାଇବେ, ରଙ୍ଗ ବଦଳାଇଲେ ନୁହେଁ । ଏଭଳି କରି ସରକାର ଅଯଥା ଖର୍ଚ୍ଚ କରୁଛନ୍ତି।
ବିଜେଡି ପକ୍ଷରୁ କୁହାଯାଇଛି, ବିଜେପି ବାର୍ତ୍ତା ଦେବାକୁ ଚାହୁଁଛି, ସରକାର ବଦଳିଲେ, ରଙ୍ଗ ବଦଳିବ । କାହିଁକି ରଙ୍ଗ ବଦଳାଯାଉଛି, ତାର ଉତ୍ତର ସରକାର ରଖିବା ଉଚିତ୍ । କାମ ଭଲ ହେବା ଉଚିତ ନାଁ ରଙ୍ଗ ବଦଳାଇବା ଉଚିତ୍ ଏହାର ଜବାବ୍ ସରକାର ଦିଅନ୍ତୁ।
ରଙ୍ଗ ବଦଳାଇବା ନେଇ ବିଜେଡି ପକ୍ଷରୁ ଦେବୀ ମିଶ୍ର କହିଛନ୍ତି, ନାଁ ବଦଳାଇବା ଓ ରଙ୍ଗ ବଦଳାଇବା ବିଜେପି ସରକାରର ମୁଖ୍ୟ ଯୋଜନା । ନବୀନ ପଟ୍ଟନାୟକ କହିଛନ୍ତି ରଙ୍ଗ ବଦଳିଲେ, ବିକାଶର ଇତିହାସ ବଦଳି ପାରିବନି । ନବୀନଙ୍କ ସଫଳତା ଯାହା ଗତ ୨୪ ବର୍ଷରେ ହୋଇଛି, ତାହା ସେମାନେ ବଦଳାଇ ପାରିବେନି ।
ବିଜେପି ଆମକୁ ଆକ୍ଷେପ କରି ସବୁବେଳେ ୨୪ ବର୍ଷ ସରକାର କଥା କହୁଛି,। ସେମାନେ ବୋଧହୁଏ ଭୁଲି ଯାଇଛନ୍ତି, ଯେ, ୯ ବର୍ଷ ଆମ ସହ ସେମାନେ ସରକାରରେ ଥିଲେ । ସେମାନେ ଆମ ସରକାରର ସହଯୋଗୀ ଥିଲେ ବୋଲି ଦେବୀ ମିଶ୍ର କହିଛନ୍ତି।