March 12, 2025

ଦୁଇଦିନ ମଧ୍ୟରେ ସ୍କୁଲ୍‌-କଲେଜ ପାଇଁ ସରକାର ନୂଆ ଗାଇଡ୍‌ଲାଇନ୍‌

1 min read

CREATOR: gd-jpeg v1.0 (using IJG JPEG v80), quality = 60

ଭୁବନେଶ୍ୱର: ରାଜ୍ୟରେ ମାର୍ଚ୍ଚ ଆରମ୍ଭରୁ ମୁଣ୍ଡଫଟା ଖରା ଆରମ୍ଭ ହୋଇଗଲାଣି। ଫଳରେ ଜନଜୀବନ ପ୍ରଭାବିତ ହେଉଛି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆସନ୍ତା ଦିନେ ଦୁଇଦିନ ମଧ୍ୟରେ ସ୍କୁଲ୍‌-କଲେଜ ପାଇଁ ସରକାର ନୂଆ ଗାଇଡ୍‌ଲାଇନ୍‌ ଆଣିବେ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।

ସୂଚନାଯୋଗ୍ୟ, ରବିବାର ୩୮.୨ ଡିଗ୍ରୀ ସେଲସିୟସ୍‌ ତାପମାତ୍ରା ସହ ବୌଦ୍ଧ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ସେହିପରି ଅନ୍ୟ ୧୦ ସହରର ତାପମାତ୍ରା ୩୭ ଡିଗ୍ରୀ ଛୁଇଁଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନାନୁସାରେ, ବଲାଙ୍ଗୀରରେ ୩୮.୧ ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ ଅନୁଗୋଳରେ ୩୭.୯, ଟିଟିଲାଗଡ଼ ୩୭.୬, ଭଦ୍ରକ ୩୭.୫, ଝାରସୁଗୁଡା ୩୭.୫, ଯାଜପୁର ୩୭.୨, ବାରିପଦା ୩୭, ସୋନପୁର ୩୭ ଓ ଭବାନୀପାଟଣା ୩୭ ଡିଗ୍ରୀ ଛୁଇଁଛି। ତେବେ ରାଜଧାନୀରେ ଦିନକ ମଧ୍ୟରେ ତାପମାତ୍ରା ପ୍ରାୟ ୨ ଡିଗ୍ରୀ ବୃଦ୍ଧି ପାଇଛି। ଶନିବାର ଭୁବନେଶ୍ୱରର ତାପମାତ୍ରା ୩୪.୨ ଡିଗ୍ରୀ ରହିଥିବାବେଳେ ରବିବାର ଏହା ୩୬.୧କୁ ବୃଦ୍ଧି ପାଇଛି। ଅନ୍ୟପଟେ କଟକରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୪.୨ ଡିଗ୍ରୀ ରେକର୍ଡ କରାଯାଇଛି। ତେବେ ଆସନ୍ତା ୪ରୁ ୫ଦିନ ମଧ୍ୟରେ ରାଜ୍ୟ ପାଣିପାଗରେ ବିଶେଷ ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।