September 7, 2024

ଅରବିନ୍ଦ କେଜ୍ରିୱାଲଙ୍କ ପାଇଁ ଖୁସି ଖବର

1 min read

ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କ ପାଇଁ ଖୁସି ଖବର ମୁଖ୍ୟମନ୍ତ୍ରୀ ପଦବୀରୁ ହଟାଯିବା ପିଟିସନକୁ ପ୍ରତ୍ୟାଖ୍ୟାନ କଲେ ସୁପ୍ରିମକୋର୍ଟ |ଅରବିନ୍ଦ କେଜ୍ରିୱାଲଙ୍କୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପଦବୀରୁ ହଟାଯିବା ପିଟିସନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି । ଦିଲ୍ଲୀ ହାଇକୋର୍ଟରେ ପିଟିସନ ଖାରଜ ହେବା ପରେ ଆବେଦନକାରୀ ଏହି ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଆବେଦନକାରୀ କାନ୍ତି ଭାଟୀଙ୍କ ଦାବି ଥିଲା ଯେ, ଦିଲ୍ଲୀ ଅବକାରୀ ନୀତି ମାମଲାରେ ଗିରଫ ହୋଇଥିବା ଅରବିନ୍ଦ କେଜ୍ରିୱାଲଙ୍କୁ ମୁଖ୍ୟମନ୍ତ୍ରୀ ପଦବୀରୁ ହଟାଯାଉ । ଏହି ପିଟିସନକୁ ଗତ ମାସରେ ଦିଲ୍ଲୀ ହାଇକୋର୍ଟ ଖାରଜ କରିଥିଲେ ।

ସୁପ୍ରିମକୋର୍ଟରେ ଜଷ୍ଟିସ ସଞ୍ଜିବ ଖାନ୍ନା ଏବଂ ଜଷ୍ଟିସ ଦୀପାଙ୍କର ଦତ୍ତାଙ୍କ ବେଞ୍ଚ ମାମଲାର ଶୁଣାଣି କରିଛନ୍ତି । ବେଞ୍ଚ କହିଛନ୍ତି ଯେ, ଯଦି ହସ୍ତକ୍ଷେପ କରିବାର ସ୍ଥିତିମାନ ରହିଛି ତେବେ ସେଥିରେ ଉପରାଜ୍ୟପାଳଙ୍କୁ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ, ଏଥିରେ କୋର୍ଟ କିଛି କରିପାରିବେ ନାହିଁ । ଏହି ପିଟିସନ କୌଣସି ଆଇନଗତ ନୁହେଁ । ଏହା ଏକ ମାଲିକାନା ବିଷୟ, ଏଥିରେ ଆମେ ଯାଇପାରିବୁ ନାହିଁ, ଯଦି ଏଲଜି କାର୍ଯ୍ୟାନୁଷ୍ଠାନ ନେବାକୁ ଚାଁହୁଛନ୍ତି ତେବେ ତାଙ୍କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦିଅନ୍ତୁ।

Leave a Reply

Your email address will not be published. Required fields are marked *