December 22, 2024

ବିଦେଶୀ ନିବେଶକଙ୍କ ପସନ୍ଦ ଭାରତୀୟ ପୁଞ୍ଜି ବଜାର, ଡିସେମ୍ବରରେ ନିବେଶ ୨୬ ହଜାର କୋଟିରୁ ଅଧିକ

1 min read

ଭାରତୀୟ ପୁଞ୍ଜି ବଜାର ବିଦେଶୀ ନିବେଶକଙ୍କ ପସନ୍ଦ ପାଲଟିଛି। ଚଳିତ ମାସ ଡିସେମ୍ବରରେ ଏପର୍ଯ୍ୟନ୍ତ ବିଦେଶୀ ନିବେଶକମାନେ ଭାରତୀୟ ପୁଞ୍ଜି ବଜାରରେ ୨୬ ହଜାର କୋଟିରୁ ଅଧିକ ଟଙ୍କା ନିବେଶ କରିଛନ୍ତି। ଜମାକାରୀଙ୍କ ତଥ୍ୟ ଅନୁଯାୟୀ, ବିଦେଶୀ ପୋର୍ଟଫୋଲିଓ ନିବେଶକ ବା ଏଫ୍ପିଆଇ ଭାରତୀୟ ଇକ୍ୱିଟି ବଜାରରେ ୨୧ ହଜାର ୭୮୯ କୋଟି ଟଙ୍କା ଏବଂ ଋଣ ବଜାରରେ ୪ ହଜାର ୬୪୬ କୋଟି ଟଙ୍କା ପୁଞ୍ଜି ନିବେଶ କରିଥିବାରୁ ଭାରତୀୟ ପୁଞ୍ଜି ବଜାରରେ ମୋଟ ନିଟ୍ ନିବେଶ ୨୬ ହଜାର ୪୩୫ କୋଟି ଟଙ୍କାରେ ପହଞ୍ଚିଛି।

ଅନ୍ୟ ପକ୍ଷରେ ବିଦେଶୀ ନିବେଶକମାନେ ଗତ ନଭେମ୍ବର ମାସରେ ଇକ୍ୱିଟି ବଜାରରୁ ୨୧ ହଜାର ୬୧୨ କୋଟି ଟଙ୍କା ଏବଂ ଅକ୍ଟୋବରରେ ୯୪ ହଜାର୧୭ କୋଟି ଟଙ୍କା ପ୍ରତ୍ୟାହାର କରିଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି, ସେପ୍ଟେମ୍ବରରେ ୫୭ ହଜାର ୭୨୪ କୋଟି ଟଙ୍କାର ପୁଞ୍ଜିନିବେଶ ସହ ଇକ୍ୱିଟିରେ ଏଫପିଆଇ ପ୍ରବାହ ୯ ମାସର ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା।

ଚଳିତ ବର୍ଷ ଏପର୍ଯ୍ୟନ୍ତ ଏଫପିଆଇ ଇକ୍ୱିଟିରେ ୬,୭୭୦ କୋଟି ଟଙ୍କା ଏବଂ ଋଣ ବଜାରରେ ୧,୧୧,୭୦୪ କୋଟି ଟଙ୍କାର ନିଟ୍ ନିବେଶ କରିଛନ୍ତି, ଯାହା ଫଳରେ ଭାରତୀୟ ପୁଞ୍ଜି ବଜାରରେ ମୋଟ ନିବେଶ ପ୍ରାୟ ୧.୨ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି।