April 16, 2025

ମହାକୁମ୍ଭ ମେଳାରେ ଦଳାଚକଟା ଘଟଣା ପରେ ୫ ନିୟମରେ ପରିବର୍ତ୍ତନ

1 min read

ନୂଆଦିଲ୍ଲୀ : ପ୍ରୟାଗରାଜ ମହାକୁମ୍ଭ ମେଳାରେ ଦଳାଚକଟା ଘଟଣା ପରେ ପ୍ରଶାସନ କଠୋର ପଦକ୍ଷେପ ଗ୍ରହଣ କରିଛି। ମେଳା କ୍ଷେତ୍ରରେ ୫ଟି ବଡ ପରିବର୍ତ୍ତନ ଲାଗୁ କରାଯାଇଛି। ପ୍ରଥମତଃ ମହାକୁମ୍ଭରେ ସମ୍ପୂର୍ଣ୍ଣ ଭାବରେ ଯାନବାହନ ନିଷେଧ କରାଯାଇଛି। ଯେଉଁଥିରେ ସମସ୍ତ ପ୍ରକାର ଯାନକୁ ମେଳା ଭିତରକୁ ପ୍ରବେଶ ଉପରେ ବାରଣ କରାଯାଇଛି। ଭିଭିଆଇପି ପାସ୍ ଗୁଡିକ ମଧ୍ୟ ମେଳା ପ୍ରଶାସନ ତରଫରୁ ବାତିଲ କରାଯାଇଛି। ମେଳା ଅଞ୍ଚଳରେ ରାସ୍ତାକୁ ଓ୍ବାନ୍ ଓ୍ବେ କରାଯାଇଛି। ଭକ୍ତମାନେ ସୁବିଧାରେ ପ୍ରବେଶ ଲାଗି ଓ୍ବାନ୍ ଓ୍ବେ ବ୍ୟବସ୍ଥା ଲାଗୁ କରାଯାଇଛି। ଯେଉଁଥିରେ ଭକ୍ତମାନେ ଗୋଟିଏ ମାର୍ଗରୁ ପ୍ରବେଶ କରିବେ। ଏବଂ ଅନ୍ୟ ଏକ ମାର୍ଗରୁ ବାହାରକୁ ଆସିପାରିବେ । ସହରରେ ଚାରି ଚକିଆ ଯାନ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଲଗାଯାଇଛି। ଭକ୍ତ ମାନଙ୍କୁ ପ୍ରଶାସନର ନିର୍ଦେଶ ପାଳନ କରିବା ଏବଂ କୌଣସି ପ୍ରକାର ବିଶୃଙ୍ଖଳାକୁ ଏଡାଇବାରେ ସହଯୋଗ କରିବାକୁ ନିବେଦନ କରାଯାଇଛି।