କିଟ୍ ନେପାଳୀ ଛାତ୍ରଙ୍କୁ ମାଡ଼ ଘଟଣାରେ ଆଉ ୫ ଜଣଙ୍କୁ ଗିରଫ
1 min read
ଭୁବନେଶ୍ୱର,୨୦।୨: କିଟ୍ ନେପାଳୀ ଛାତ୍ରଙ୍କୁ ମାଡ଼ ଘଟଣାରେ ଆଉ ୫ ଜଣଙ୍କୁ ଗିରଫ କରାଯାଇଛି। ୪ ବାଉନସରଙ୍କ ସହ ଜଣେ ଆସିଷ୍ଟାଣ୍ଟ ଫିଲ୍ଡ ଅଫିସର ଗିରଫ ହୋଇଛନ୍ତି। ବାଉନସର ଅଜୟ ସ୍ବାଇଁ, ସରୋଜ ରାଉତରାୟ, ବାଉନସର ଚନ୍ଦନ ସ୍ବାଇଁ ଓ ସୁଧାଂଶୁ ଶେଖର ବେହେରା ଗିରଫ ହୋଇଥିବା ବେଳେ ଆସିଷ୍ଟାଣ୍ଟ ଫିଲ୍ଡ ଅଫିସର ରମାକାନ୍ତ ସେଠୀ ମଧ୍ୟ ଗିରଫ ହୋଇଥିବା ସୂଚନା ମିଳିଛି। ଭାଇରାଲ ଭିଡିଓ ଆଧାରରେ ଇନଫୋସିଟି ପୋଲିସ ଗିରଫ କରିଛି।