October 18, 2024

ମୁମ୍ବାଇ ୧୪ ମହଲା କୋଠାରେ ଅଗ୍ନିକାଣ୍ଡ

1 min read

ମୁମ୍ବାଇ: ମୁମ୍ବାଇରେ ଆଜି ଏକ ୧୪ ମହଲା କୋଠାରେ ଅଗ୍ନିକାଣ୍ଡ ହୋଇ ୩ ଜଣଙ୍କର ମୃତ୍ୟୁ ହୋଇଯାଇଛି। ମୁମ୍ବାଇର ଲୋଖାଣ୍ଡୱାଲା କମ୍ପ୍ଲେକ୍ସ ନିକଟସ୍ଥ ରିୟା ପ୍ୟାଲେସ୍‌ ବିଲ୍ଡିଂର ଦଶମ ମହଲାରେ ଆଜି ସକାଳ ୮ଟା ସମୟରେ ଅଗ୍ନିକାଣ୍ଡ ହୋଇଥିଲା। ଅଗ୍ନିକାଣ୍ଡରେ ୩ ଜଣ ଲୋକ ଆହତ ହୋଇଥିଲେ। ସେମାନଙ୍କୁ ଚିକିତ୍ସା ପାଇଁ କୁପର ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା କିନ୍ତୁ ସେଠା‌ରେ ସେମାନଙ୍କର ମୃତ୍ୟୁ ହୋଇଯାଇଛି। ମୃତକମାନଙ୍କୁ ଚିହ୍ନଟ କରାଯାଇଛି ଏବଂ ସେମାନେ ହେଉଛନ୍ତି ଚନ୍ଦ୍ରପ୍ରକାଶ ସୋନି (୭୪) , କାନ୍ତା ସୋନି (୭୪) ଏବଂ ପେଲୁବେଟା (୪୨)। ତେବେ ଅଗ୍ନିକାଣ୍ଡର କାରଣ କ’ଣ ଏଯାବତ ଜଣାପଡ଼ିନି। ଏନେଇ ଅଧିକ ତଦନ୍ତ ଜାରି ରହିଛି