September 19, 2024

ଆଜି ଠାରୁ ଆରମ୍ଭ ହେଲା ପିତୃପକ୍ଷ

1 min read

ଭୁବନେଶ୍ୱର : ଆଜି ଠାରୁ ଆରମ୍ଭ ହେଲା ପିତୃପକ୍ଷ । ଏହା ଆଶ୍ୱିନ ମାସ ଅମାବାସ୍ୟା ଅର୍ଥାତ ମହାଳୟା ଅମାବାସ୍ୟା ପର୍ଯ୍ୟନ୍ତ ୧୫ ଦିନ ଧରି ପାଳନ ହୋଇଥାଏ । ପିତୃପକ୍ଷଙ୍କୁ ସନ୍ତୁଷ୍ଟ କରିବା ପାଇଁ ପ୍ରୟାସ କରାଯାଇଥାଏ । ପୌରାଣିକ ତଥ୍ୟ ଅନୁଯାୟୀ ଏହି ୧୫ ଦିନ ପିତୃପୁରୁଷ ମାନେ ପିତୃଲୋକ ଛାଡି ମର୍ତ୍ତ୍ୟଲୋକକୁ ଆସିଥାନ୍ତି । ତେଣୁ ଏହି ସମୟରେ ରୀତିନୀତି ଅନୁଯାୟୀ ସମୟରେ ପିତୃ ପୁରୁଷଙ୍କୁ ସନ୍ତୁଷ୍ଟ କରିବା ପାଇଁ ଶ୍ରଦ୍ଧାର ସହିତ ଶ୍ରାଦ୍ଧ ଏବଂ ପିଣ୍ଡଦାନ କରାଯାଇଥାଏ ।

ହିନ୍ଦୁ ଧାର୍ମିକ ପରମ୍ପରାରେ ପିତୃପୁରୁଷଙ୍କ ପାଇଁ ପାଳନ କରାଯାଉଥିବା ବିଭିନ୍ନ ଶ୍ରାଦ୍ଧ କର୍ମ ମଧ୍ୟରେ ମହାଳୟା ଶ୍ରେଷ୍ଠତମ । ଏହି ଅବସରରେ ପିତୃପକ୍ଷରେ ଯେକୌଣସି ଦିନ ନିଜର ସାଧ୍ୟ ମତେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଓ ବ୍ରାହ୍ମଣ ଭୋଜନ ଦିଆଯାଏ । ପିତୃ ପୁରୁଷମାନେ ସେମାନଙ୍କ ବଂଶଧର ମାନଙ୍କ ଦ୍ୱାରା କରାଯାଇଥିବା ତର୍ପଣ, ଶ୍ରାଦ୍ଧ ଏବଂ ପିଣ୍ଡ ଦାନ ଇତ୍ୟାଦିରେ ସନ୍ତୁଷ୍ଟ ହୋଇ ସେମାନେ ବଂଶ ବୃଦ୍ଧି, ସୁଖ ଏବଂ ସମୃଦ୍ଧତା ପାଇଁ ଆଶୀର୍ବାଦ କରିଥାନ୍ତି । ସେଥିପାଇଁ ଆଜି ବିଭିନ୍ନ ତୀର୍ଥ ପୁଷ୍କରିଣୀ ନିକଟରେ ଭିଡ଼ ଦେଖିବାକୁ ମିଳିଛି । ବହୁ ଲୋକ ନିଜ ନିଜ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ତର୍ପଣ ଓ ପିଣ୍ଡଦାନ କରିଛନ୍ତି ।

Leave a Reply

Your email address will not be published. Required fields are marked *