ଆଗାମୀ ୫ ବର୍ଷ ମଧ୍ୟରେ ଓଡ଼ିଶାର ପ୍ରତି ଗାଁକୁ ବିକଶିତ କରାଯିବ
1 min readଖୋର୍ଦ୍ଧା: ରାଜନୀତି ଓ ବିକାଶ ଦୁଇଟି ପ୍ରସଙ୍ଗକୁ ଅଲଗା ରଖିବାକୁ ପଡ଼ିବ। ଫାଇଭ୍-ଟି ନାଁରେ ସଂପୂର୍ଣ୍ଣ ଭାବେ ଭୋଟ୍ ବ୍ୟାଙ୍କ ତିଆରି କରିବାକୁ ପୂର୍ବ ୨୪ ବର୍ଷର ସରକାର ଷଡ଼ଯନ୍ତ୍ର କରିଥିଲେ। ଏହା ଜରିଆରେ ବିକାଶ ନ କରି ହୀନମଣ୍ୟତାର ପ୍ରଦର୍ଶନ କରିଥିଲେ। ଆଜି ଓଡ଼ିଶା ବିକାଶ ଦିଗରେ ଏକ ଐତିହାସିକ ଦିନ। ଆଗାମୀ ୫ ବର୍ଷ ମଧ୍ୟରେ ଓଡ଼ିଶାର ପ୍ରତି ଗାଁକୁ ବିକଶିତ କରାଯିବ।ଦରିଦ୍ରତା ଓ ଅନଗ୍ରସରତା ବିରୁଦ୍ଧରେ ଲଢ଼େଇ ଜାରି ରହିବ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଖୋର୍ଦ୍ଧାରଜଙ୍କିଆ ମିନିଷ୍ଟାଡିୟମଠାରେ ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ପରେ ଅଭିଭାଷଣ ଦେଇ ଏଭଳି କହିଛନ୍ତି। ଏହି କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ, ସ୍ଥାନୀୟ ବିଧାୟକ ପ୍ରଶାନ୍ତ ଜଗଦେବ, ଏକାମ୍ର ବିଧାୟକ ବାବୁ ସିଂହ ଓ ଜିଲ୍ଲାପାଳ ଚଞ୍ଚଲ ରାଣା ପ୍ରମୁଖ ଉପସ୍ଥିତ ଅଛନ୍ତି।
ପୂର୍ବରୁ ଓଡ଼ିଶା ସରକାରଙ୍କ ପକ୍ଷରୁ ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ପାଇଁ ବିସ୍ତୃତ ମାର୍ଗଦର୍ଶିକା ଜାରି କରାଯାଇଛି। ଜିଲ୍ଲାପାଳ ଓ ବିଡିଓଙ୍କୁ ଏହି ମାର୍ଗଦର୍ଶିକା ପଠାଯାଇଛି । ଆସନ୍ତା ଫେବ୍ରୁଆରି ମାସ ୧୫ ତାରିଖ ସୁଦ୍ଧା ପ୍ରତି ଗାଁ ସେହି ଅନୁସାରେ ୫ ବର୍ଷିଆ ଯୋଜନା ତାଲିକା ପ୍ରସ୍ତୁତ କରି ପଠାଇବାକୁ କୁହାଯାଇଛି ।