October 18, 2024

ବାରିପଦାରେ ଆୟୋଜିତ ହେଲା ଜିଲ୍ଲାସ୍ତରୀୟ ବିଜ୍ଞାନ ସେମିନାର

1 min read

ବାରିପଦା : ବାରିପଦାସ୍ଥିତ ମହାରାଣୀ ପ୍ରେମକୁମାରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ବିଜ୍ଞାନ ସେମିନାର ଅନୁଷ୍ଠିତ ହୋଇଯାଇଛି। ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେମିନାରକୁ ଉଦଘାଟନ କରିଥିଲେ। ଏହି ଅବସରରେ ସେ ଛାତ୍ରଛାତ୍ରୀମାନଙ୍କୁ ବୈଜ୍ଞାନିକ ଚିନ୍ତାଧାରା ନେଇ ଆଗକୁ ବଢ଼ିବାକୁ ପରାମର୍ଶ ଦେଇଥିଲେ। ସେମିନାରରେ ‘କୃତ୍ରିମ ବୁଦ୍ଧିମତା’ ବିଷୟବସ୍ତୁ ଉପରେ ବିଭିନ୍ନ ବ୍ଳକରୁ ଶ୍ରେଷ୍ଠ ବିବେଚିତ ହୋଇଥିବା ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ନିଜ ନିଜ ବକ୍ତବ୍ୟ ରଖିଥିଲେ।

ବିଚାରକ ଭାବେ ବାରିପଦା ସ୍ଥିତ ପ୍ରାରମ୍ଭିକ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନର ଶିକ୍ଷକ ପ୍ରଶିକ୍ଷକ ଡକ୍ଟର ପ୍ରିୟ ରଞ୍ଜନ ଦାଶ, ବିବି ମହାବିଦ୍ୟାଳୟର ପ୍ରଫେସର ସୁବ୍ରତ କୁମାର ଦାସ ପ୍ରମୁଖ ଯୋଗ ଦେଇଥିଲେ। ଶିକ୍ଷକ ବସନ୍ତ କୁମାର ଦତ୍ତ, ବିଷ୍ଣୁପଦ ଆଚାର୍ଯ୍ୟ, ନୟନ କୁମାର ଗିରି, ମନୋଜ କୁମାର ପରିଡ଼ା, ଶିକ୍ଷୟିତ୍ରୀ ଅତସୀ କୁଣ୍ଡୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ରାସଗୋବିନ୍ଦପୁର ବ୍ଲକ ଆଦର୍ଶ ବିଦ୍ୟାଳୟ ଛାତ୍ରୀ ସୁହାନୀ ଘଟୁଆରୀ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ଝରାଡ଼ିହି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛାତ୍ରୀ ଶିକ୍ଷା ସିହ୍ନା ଦ୍ଵିତୀୟ ଏବଂ ଜାମଦା ବ୍ଲକ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଛାତ୍ର ବିବେକ ଜେନା ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସେମିନାରରେ ଯୋଗ୍ୟ ବିବେଚିତ ପ୍ରତିଯୋଗୀ ରାଜ୍ୟସ୍ତରୀୟ ବିଜ୍ଞାନ ସେମିନାରରେ ଅଂଶଗ୍ରହଣ କରିବେ। ଏହି ଅବସରରେ କୃତୀ ପ୍ରତିଯୋଗୀଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ପୁରସ୍କୃତ କରିଥିଲେ।

ସେମିନାରେ ସମ୍ମାନିତ ଅତିଥି ଭାବେ ଏମପିକେ ସରକାରୀ ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତାପସ କୁମାର ନାଏକ ଯୋଗ ଦେଇଥିବାବେଳେ କଣ୍ଟାପାଳ ହାଇସ୍କୁଲ ପ୍ରଧାନଶିକ୍ଷକ ଅମିତାଭ ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ। ବାଲିଡ଼ିହା କେସିଏମ ହାଇସ୍କୁଲ ପ୍ରଧାନ ଶିକ୍ଷକ ନଳୀନ କୁମାର ଚୌଧୁରୀ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ପୂର୍ବତନ ବିଜ୍ଞାନ ପରିଦର୍ଶକ ଜଗନ୍ନାଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *