September 7, 2024

ପ୍ରଥମ ସ୍ଵନକ୍ଷତ୍ର ପାଳନ କଲା ଦିନଲିପି ଲାଇଭ

1 min read

ଭୁବନେଶ୍ୱର: ଶନିବାର ଦିନ ଦେବ ସ୍ନାନ ପୂର୍ଣ୍ଣିମା ଅବସରରେ ଦୈନିକ ଖବରକାଗଜର ଅଫିସିଆଲ୍ ଚ୍ୟାନେଲ ଦିନଲିପି ଲାଇଭର ପ୍ରଥମ ସ୍ୱନକ୍ଷତ୍ର ଦିବସ ପାଳିତ ହୋଇଯାଇଛି । ଦିନଲିପି ପରିବାରର ସମ୍ପାଦକ ତଥା ଅନ୍ୟାନ୍ୟ ସଦସ୍ୟମାନଙ୍କ ଉପସ୍ଥିତିରେ ସମ୍ପାଦିକା ଅନ୍ନପୂର୍ଣ୍ଣା ଦାଶଙ୍କ ଦ୍ୱାରା ଦିନଲିପି ଭବନରେ ଏକ କେକ୍ କାଟି ପ୍ରଥମ ଉତ୍ସବ ବାର୍ଷିକ ପାଳନ କରାଯାଇଥିଲା । ଏହି ଅବସରରେ ଦିନଲିପି ପରିବାରର ସମସ୍ତ ସମ୍ପାଦକୀୟ ଏବଂ ବୈଷୟିକ କର୍ମଚାରୀମାନେ ଉପସ୍ଥିତ ରହିଥିଲେ । ଗତବର୍ଷ ସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ଦିନଲିପି ଲାଇଭର ୟୁଟ୍ୟୁବ୍ ଚ୍ୟାନେଲ୍ ର ଶୁଭାରମ୍ଭ କରାଯାଇଥିଲା । ଗତ ଏକ ବର୍ଷ ମଧ୍ୟରେ ଚ୍ୟାନେଲଟି ସାଧାରଣ ଲୋକଙ୍କ ଚିନ୍ତାଧାରାକୁ ସ୍ୱର ଦେବା ସହିତ ସ୍ୱତନ୍ତ୍ର ପତ୍ରକାରିତା କ୍ଷେତ୍ରରେ ନିଜର କର୍ତ୍ତବ୍ୟକୁ ପାଳନ କରିଛି । ଦିନଲିପି ପ୍ରଥମେ 1981 ରେ ଏକ ଓଡିଆ ଦୈନିକ ତଥା ନିରପେକ୍ଷ ପ୍ରଗତିଶୀଳ ଖବରକାଗଜ ଭାବରେ ପ୍ରକାଶିତ ହୋଇଥିଲା । ଏହି ଅବସରରେ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ଶୁଭେଚ୍ଛା ବାର୍ତ୍ତା ଆସିଛି ।

ଯଦି ଆପଣ ଏପର୍ଯ୍ୟନ୍ତ ଏହି ଚ୍ୟାନେଲକୁ ସବସ୍କ୍ରାଇବ କରିନାହାଁନ୍ତି, ଦୟାକରି ଏଠାରେ ଥିବା ଲିଙ୍କକୁ କ୍ଲିକ୍ କରନ୍ତୁ ଏବଂ ଏହାକୁ ସବସ୍କ୍ରାଇବ କରନ୍ତୁ- https://www.youtube.com/@dinalipilive

Leave a Reply

Your email address will not be published. Required fields are marked *