September 18, 2024

ଖୋଲିଲା ହୀରାକୁଦର ଡ୍ୟାମ ଗେଟ୍

1 min read

ଭୁବନେଶ୍ବର : ଖୋଲିଲା ହୀରାକୁଦର ଡ୍ୟାମ ଗେଟ୍ । ଚଳିତ ବର୍ଷ ପ୍ରଥମଥର ପାଇଁ ଖୋଲିଲା ଡ୍ୟାମ । ହୀରାକୁଦର ୭ଟି ଗେଟ ଦେଇ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସିତ ହେଉଛି । ପର୍ୟ୍ୟାୟ କ୍ରମେ ଆଜି ୨୦ଟି ଗେଟ୍ ଖୋଲାଯିବ ବୋଲି ସୂଚନା ମିଳିଛି । ମଧ୍ୟାହ୍ନ ୧୨ଟା ୩୦ରେ ୬ଟି ଗେଟ ଖୋଲାଯିବ । ଅପରାହ୍ନ ୨ଟା ୩୦ ମିନିଟରେ ବାକି ସମସ୍ତ ଗେଟ ଖୋଲାଯିବ ବୋଲି ଡ୍ୟାମ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ହୀରାକୁଦର ଛଡ଼ାଯାଇଥିବା ବନ୍ୟାଜଳ ଆସନ୍ତାକାଲି ସକାଳେ ଖଇରାମାଲରେ ପହଂଚିବ । ହୀରାକୁଦରୁ ପାଣି ପହଞ୍ଚିବା ପରେ କାଲି ସକାଳ ୮ ଟାରେ ଖଇରମାଳ ଠାରେ ସାଢେ ୪ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ । ସେହିପରି ୩୦ ତାରିଖ ସକାଳେ ପହଞ୍ଚିବ ମୁଣ୍ଡଳିଠାରେ ପହଂଚିବ ପ୍ରଥମ ବର୍ଷା ଜଳ । ଜୁଲାଇ ୩୦ ପୂର୍ବାହ୍ନ ୧୧ଟାରେ ମୁଣ୍ଡଳିଠାରେ ୫ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ ।

ସକାଳ ୯ଟା ୩୦ ମିନିଟରେ ସବୁ ବର୍ଷ ଭଳି ଚଳିତବର୍ଷ ମଧ୍ୟ ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା ପରେ ପ୍ରଥମେ ୭ ନମ୍ବର ସ୍ଲୁଇସ୍ ଗେଟ୍ ଖୋଲାଯାଇଛି । ତା’ ପରେ ପର୍ଯ୍ୟାୟ କ୍ରମେ ଅନ୍ୟ ୭ଟି ଗେଟ୍ ଖୋଲିଛି । ଗେଟ୍ ଖୋଲା ପୂର୍ବରୁ ‘ଗତ ୨ ଦିନ ହେଲା ପ୍ରଚାର ଗାଡି ଜରିଆରେ ବିଭିନ୍ନ ଅଞ୍ଚଳରେ ପ୍ରଚାର କରାଯାଇ ଲୋକମାନଙ୍କୁ ସଚେତନ କରାଯାଇଥିଲା । ଡ୍ୟାମରୁ ବନ୍ୟା ଜଳ ନିଷ୍କାସନ ସମୟରେ କେହି ମହାନଦୀ ମଧ୍ୟକୁ ଶୌଚକର୍ମ ପାଇଁ ନ ଯିବାକୁ ଓ ଗୃହ ପାଳିତ ପଶୁମାନଙ୍କୁ ନ ଛାଡିବାକୁ ଡାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର କରାଯାଇଛି ।

Leave a Reply

Your email address will not be published. Required fields are marked *