November 21, 2024

ଶେଷ ହୋଇଛି ଧର୍ମ ମାସ କାର୍ତ୍ତିକ ମାସ,ଖାଁ ଖାଁ ଆମିଷ ବଜାର

1 min read

ଭୁବନେଶ୍ୱର: ଶେଷ ହୋଇଛି ଧର୍ମ ମାସ କାର୍ତ୍ତିକ ମାସ । ଆଜି ହେଉଛି ଛାଡଖାଇ। ଆଜି ଘରେ ଘରେ ଆମିଷ ହେବାକଥା। କାହା ଘରେ ମାଛ ତ କାହା ଘରେ ମାଂସ ହୋଇଥାନ୍ତା । ଆଉଭୋରୁ ଆମିଷ ଦୋକାନରେ ଗ୍ରାହକଙ୍କ ଲମ୍ବା ଲାଇନ ଲାଗିଥାନ୍ତା। ଯାହା ଫଳରେ ଚଳଚଞ୍ଚଳ ହୋଇ ଉଠିଥାନ୍ତା ଆମିଷ ବଜାର। ଭଲ ଦୁଇ ପଇସା ବେପାର ମଧ୍ୟ ହୋଇଥାନ୍ତା। ହେଲେ ଏଥର ଛାଡଖାଇରେ ସେମିତି କିଛି ଦେଖିବାକୁ ମିଳିନାହିଁ । ଆମିଷ ବଜାର ପୁରା ଖାଁ ଖାଁ ହୋଇଛି।କାରଣ ଆଜି ଶନିବାରକୁ ସଂକ୍ରାନ୍ତି ପଡୁଥିବାରୁ ଅଧିକାଂଶ ଲୋକେ ଆମିଷ ଖାଇବେ ନାହିଁ।ଏଥିପାଇଁ ଛାଡଖାଇ ହୋଇଥିଲେ ବି ଆମିଷ ବଜାରରେ ନାହିଁ ଲୋକଙ୍କ ଭିଡ଼।
ତେବେ ଆସନ୍ତାକାଲି ରବିବାର ରହିଥିବାରୁ ଆମିଷ ବଜାରରେ ବିକ୍ରି ଅଧିକ ହେବ ବୋଲି ଆଶା ରଖିଛନ୍ତିଆମିଷ ବ୍ୟବସାୟୀ। ଛାଡଖାଇ ପାଇଁ ରାଜଧାନୀ ବଜାରରେ ବିଭିନ୍ନ ପ୍ରକାରର ମାଛ,ଚିଙ୍ଗୁଡ଼ି ବାହାର ରାଜ୍ୟରୁ ଅଣାଯାଇଛି । ଏହାସହ ଖାସି ମାଂସ ସହ ଚିକେନ ଦୋକାନରେ ଗହଳି ହେବ ବୋଲି ବ୍ୟବସାୟୀ ଆଶା ରଖିଛନ୍ତି।ଏକ ମାସ ଧରି ନିରାମିଷ ଖାଇବା ଖାଇ ଆସନ୍ତାକାଲି ମୁହଁରେ ଟିକେ ଆମିଷ ବାଜିବ ବୋଲି କହିଛନ୍ତି କିଛି ଲୋକେ । ଆସନ୍ତାକାଲି ବେପାର ଭଲ ହେବ ବୋଲି ଆଶା କରିଛନ୍ତି ବ୍ୟବସାୟୀ ।