December 12, 2024

ଭୁବନେଶ୍ଵରରେ ଆରମ୍ଭ ହେବାକୁ ଯାଉଛି ଡିଜିପି ସମ୍ମିଳନୀ

1 min read

ଭୁବନେଶ୍ଵର: ଭୁବନେଶ୍ଵରରେ ଆରମ୍ଭ ହେବାକୁ ଯାଉଛି ଡିଜିପି ସମ୍ମିଳନୀ। ଏହି ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଏହି ସମ୍ମିଳନୀରେ ଯୋଗଦେବେ। ଏଥିପାଇଁ ସମଗ୍ର ଭୁବନେଶ୍ୱରରେ ହାଇ ଆଲର୍ଟ ଜାରି କରାଯାଇଛି। ଏହା ସହିତ ସହରରେ କମିଶନରେଟ ପୋଲିସ ପକ୍ଷରୁ ଟ୍ରାଫିକ କଟକଣା ଜାରି ହୋଇଛି।

ଭୁବନେଶ୍ୱରରେ ଶୁକ୍ରବାରଠାରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଟ୍ରାଫିକ କଟକଣା ଜାରି କରାଯାଇଛି। ବିଶେଷକରି ଏୟାରପୋର୍ଟ ଛକରୁ ପିଏମ୍‌ଜି ଛକ, ରାଜଭବନ ଛକ ପର୍ଯ୍ୟନ୍ତ ଯିବା ଆସିବା ସମ୍ପୂର୍ଣ୍ଣ ମନା କରାଯାଇଛି।ସେହିପରି ଶନିବାର ଓ ରବିବାର ୧୨୦ ବାଟାଲିୟନ ଓ ଜୟଦେବ ବିହାରରୁ ନାଲକୋ ଛକ ଯାଏଁ ଯାନବାହନ ଚଳଚଳ ବନ୍ଦ ରହିବ। ଏହାସହ ପାୱାର ହାଉସ ଛକ, ରାଜଭବନ ଛକ ଭିତରେ ମଧ୍ୟରେ କିଛି କିଛି ସମୟ ଯାତାୟତ ବନ୍ଦ ରହିବ। ଅନ୍ୟପଟେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ଶୁକ୍ରବାର ଭୁବନେଶ୍ଵରର ସବୁ ସ୍କୁଲରେ ହାପ ଡେ’ ଘୋଷଣା କରାଯାଇଛି। ଏହାସହ ଏକାଧିକ ରୁଟ୍ ମୋ ବସ୍ ଚଳାଚଳ ଉପରେ କଟକଣା ରହିବ।