October 18, 2024

ସିଂହଦ୍ଵାର ଓ ପଶ୍ଚିମ ଦ୍ଵାର ଦେଇ ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ କରିପାରିବେ ଭକ୍ତ

1 min read

ପୁରୀ: ଅକ୍ଟୋବର ୧୮ ତାରିଖରୁ କେବଳ ସିଂହଦ୍ଵାର ଏବଂ ପଶ୍ଚିମ ଦ୍ଵାର ଦେଇ ପୁରୀ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିପାରିବେ ଭକ୍ତ। କାର୍ତ୍ତିକ ମାସରେ ଭକ୍ତ ତଥା କାର୍ତ୍ତିକ ବ୍ରତଧାରୀଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହିଭଳି ନିଷ୍ପତ୍ତି ନିଆଯାଇଛି।

ଭକ୍ତମାନେ ସିଂହଦ୍ଵାର ଦେଇ ମନ୍ଦିର ଭିତରୁ ବାହାରକୁ ଆସିପାରିବେ ନାହିଁ। ସିଂହଦ୍ଵାର ବ୍ୟତୀତ ଅନ୍ୟ ଦ୍ଵାର ଦେଇ ଭକ୍ତମାନେ ବାହାରକୁ ବାହାରିବେ। ଏହି ନିୟମ ଶ୍ରୀମନ୍ଦିର ସେବକ ଏବଂ ସେବକ ପରିବାର ସଦସ୍ୟମାନଙ୍କ ପାଇଁ ଲାଗୁ ହେବ ନାହିଁ।