September 19, 2024

ଗଭୀର ଅବପାତର ରୂପ ନେଲା ଲଘୁଚାପ

1 min read

ଭୁବନେଶ୍ୱର : ଗଭୀର ଅବପାତର ରୂପ ନେଲା ଲଘୁଚାପ । ପଶ୍ଚିମ କେନ୍ଦ୍ରୀୟ ଓ ତତ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଥିବା ଅବପାତ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇଛି । ପୁରୀଠାରୁ ୧୧୦ କିମି.ଦୂରରେ ରହିଛି ଗଭୀର ଅବପାତ । ଗୋପାଳପୁରଠାରୁ ୧୫୦ ଏବଂ ପାରାଦୀପ ଠାରୁ ୧୬୦ କିମି. ଦୂରରେ କେନ୍ଦ୍ରୀଭୂତ ରହିଛି ଗଭୀର ଅବପାତ । ଏହା ଘଂଟାପ୍ରତି ୭ କିମି.ବେଗରେ ଗତି କରି ମଧ୍ୟାହ୍ନରେ ପୁରୀ ଅତିକ୍ରମ କରିବାର ସୂଚନା ରହିଛି ।

ଗଭୀର ଅବପାତ ପ୍ରଭାବରେ ଆଜି ୫ ଜିଲ୍ଲା ଯଥା,ପୁରୀ,ଜଗତସିଂପୁର,ଖୋର୍ଦ୍ଧା,କଟକ ଓ ଢେଙ୍କାନାଳକୁ ରେଡ ୱାର୍ଣିଂ ଜାରି କରିଛି ପାଣିପାଗ ବିଭାଗ । ପ୍ରବଳରୁ ଅତି ପ୍ରବଳ ବର୍ଷ ପାଇଁ ୧୨ ଜିଲ୍ଲାକୁ ଓରେଞ୍ଜ ଏବଂ ପ୍ରବଳ ବର୍ଷ ପାଇଁ ୧୩ ଜିଲ୍ଲାକୁ ୟେଲୋ ୱାର୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ନଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି ।

ସେହିପରି ଆଜି ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଗତ ୨୪ ଘଣ୍ଟାରେ ମାଲକାନଗିରିରେ ସର୍ବାଧିକ ୨୫୩ ମିଲିମିଟର ବର୍ଷା ରେକର୍ଡ ହୋଇଥିଲା । ଗଞ୍ଜାମ, ନୟାଗଡ଼, କନ୍ଧମାଳ, ଖୋର୍ଦ୍ଧା, ପୁରୀକୁ ବୌଦ୍ଧ, ବଲାଙ୍ଗୀର, କୋରାପୁଟକୁ ଆଜି ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଆଗାମୀ ୨ଦିନ ପାଇଁ ଗଞ୍ଜାମ, ନୟାଗଡ, ଖୋର୍ଦ୍ଧା, ପୁରୀ, କନ୍ଧମାଳ, ବୌଦ୍ଧ, ବଲାଙ୍ଗୀରରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ଏବଂ କାଲି ବର୍ଷର ପରିମାଣ କମିପାରେ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।

Leave a Reply

Your email address will not be published. Required fields are marked *