April 18, 2025

ବିବାହିତା ମହିଳାଙ୍କ ମୃତଦେହ ଉଦ୍ଧାର

1 min read

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଏଥର ଏହି ବ୍ଲକର ନେହେନାବନ୍ଧ ଗ୍ରାମରେ ଜୈନିକା ବିବାହିତା ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ମା’ ଘର ଲୋକେ ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ପରେ ଅଭିଯୁକ୍ତ ସ୍ବାମୀକୁ ପୁଲିସ ଗିରଫ କରିଛି।

ସୂଚନା ଅନୁସାରେ ୩ ବର୍ଷ ପୂର୍ବେ ନେହେନାବନ୍ଧର ଆଲୋକ ସାହୁଙ୍କୁ ବରଗଡ଼ ଜିଲ୍ଲା ଗାଇସିଲେଟ ଥାନା ସେମେଲମୁଣ୍ଡା ଗ୍ରାମର କ୍ରିଷ୍ଣା ସାହୁ ବାହା ହୋଇଥିଲେ। ଉଭୟଙ୍କ ବର୍ଷକର ଏକ ସନ୍ତାନ ରହିଛି। ତେବେ ପରିବାରରେ ପ୍ରାୟତଃ ଝଗଡ଼ା ଲାଗି ରହୁଥିଲା। ଶୁକ୍ରବାର କ୍ରିଷ୍ଣାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ନିଜ ଝିଅର ମୃତ୍ୟୁ ହୋଇଥିବା ଖବର ପାଇ ବାପଘର ଲୋକେ ପହଞ୍ଚିଥିଲେ।

ନେହେନାବନ୍ଧର ଆଲୋକ ସାହୁଙ୍କୁ ବରଗଡ଼ ଜିଲ୍ଲା ଗାଇସିଲେଟ ଥାନା ସେମେଲମୁଣ୍ଡା ଗ୍ରାମର କ୍ରିଷ୍ଣା ସାହୁଙ୍କୁ ୩ ବର୍ଷ ପୂର୍ବରୁ ବିବାହ କରିଥିଲେ। ଉଭୟଙ୍କ ବର୍ଷକର ଏକ ସନ୍ତାନ ରହିଛି। ତେବେ ପରିବାରରେ ପ୍ରାୟତଃ ଝଗଡ଼ା ଲାଗି ରହୁଥିଲା। ଶୁକ୍ରବାର କ୍ରିଷ୍ଣାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି।

ଘଟଣା ସମ୍ପର୍କରେ ପୁଲିସ ସୂଚନା ପାଇ ପହଞ୍ଚିବା ସହ ସାଇଣ୍ଟିଫିକ ଟିମ୍‌ ପହଞ୍ଚି ତଦନ୍ତ କରିଥିବା ଜଣାପଡିଛି। ତେବେ ଏହା ଆତ୍ମହତ୍ୟା ନୁହେଁ ଓ ଶାଶୁ କଥାରେ ପଡ଼ି କ୍ରିଷ୍ଣାଙ୍କୁ ସ୍ବାମୀ ଆଲୋକ ମାଡ଼ ମାରୁଥିବା ଅଭିଯୋଗ ହୋଇଛି। କ୍ରିଷ୍ଣାଙ୍କ ମୃତ୍ୟୁ ହୋଇଥିବା ନେଇ ତାଙ୍କ ବାପା ପାଟଣାଗଡ଼ ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ମୃତ କ୍ରିଷ୍ଣା ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାରେ ଷ୍ଟାଫ ନର୍ସ ଭାବେ କାମ କରୁଥିଲେ। ଶୁକ୍ରବାର ସକାଳେ କ୍ରିଷ୍ଣାଙ୍କୁ ତାଙ୍କ ସ୍ବାମୀ ମାଡ ମାରୁଥିବା ନେଇ ଏକ ଭିଡିଓ ବାପାକୁ ପଠାଇଥିଲେ। ଘଟଣା ସମ୍ପର୍କରେ ଏସଡିପିଓ ସଦାନନ୍ଦ ପୂଜାରୀଙ୍କୁ ପଚାରିବାରୁ ସେ, ପୁଲିସ ଓ ସାଇଣ୍ଟିଫିକ ଟିମ୍ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତଦନ୍ତ କରିଛି ବୋଲି କହିଛନ୍ତି। କ୍ରିଷ୍ଣାଙ୍କ ବାପାର ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛି। ପୁଲିସ ଅଭିଯୁକ୍ତ ସ୍ବାମୀ ଆଲୋକକୁ ଥାନାକୁ ଆଣି ପଚରା ଉଚୁରା କରିଥିବା ସହ ଗିରଫ କରିଥିବା କହିଛନ୍ତି।