November 21, 2024

ସାଇବର ଫ୍ରଡ଼ ,୨୪ ଗିରଫ

1 min read

ଭୁବନେଶ୍ୱର : ସାଇବର ଲୁଟ ମାମଲାରେ ୨୪ ଗିରଫ । ଆନ୍ତଃରାଜ୍ୟ ସାଇବର ଠକଙ୍କୁ ଗିରଫ କଲା କ୍ରାଇମ ବ୍ରାଞ୍ଚ ସିଆଇଡି ଟିମ । ୭ଟି ଟିମ ଗଠନ କରି ଠକଙ୍କ ପର୍ଦ୍ଦାଫାଶ କରିଛି ପୋଲିସ । ଦେଶର ବିଭିନ୍ନ ରାଜ୍ୟ ରୁ ଏମାନଙ୍କୁ ଗିରଫ କରାଯାଇଛି । ତାମିଲନାଡ଼ୁରୁ -୯ ,ଗୁଜରାଟରୁ – ୮ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ରାଜସ୍ଥାନରୁ ୭ ଜଣଙ୍କୁ ଗିରଫ କରାଯାଇଛି । ଦେଶରେ ବିଭିନ୍ନ ସ୍ଥାନରେ ଥିବା ୧୦୦ଟି ବ୍ୟାଙ୍କ ଆକାଉଣ୍ଟ ରୁ ଏମାନେ ପାଖାପାଖି ୬ କୋଟି ୨୮ ଲକ୍ଷ ଟଙ୍କା ଠକେଇ କରିଛନ୍ତି । ହ୍ୱାଟ୍ସ ଆପରେ କୋଟାକ୍ ଇନ୍‌ଭେଷ୍ଟମେଣ୍ଟ କ୍ଲବ୍‌ ଗ୍ରୁପ କରି ଏହା ମାଧ୍ୟମରେ ଠକେଇ କରୁଥିଲେ । ଆଜି କ୍ରାଇମବ୍ରାଞ୍ଚ ଏଡିଜି ବିନୟତୋଷ ମିଶ୍ର ଏ ନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । ତଦନ୍ତ ସମୟରେ ଅଭିଯୁକ୍ତଙ୍କ ଠାରୁ ଜବତ ହୋଇଥିବା ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରୁ ମୋଟ ୧୬.୮୫ ଲକ୍ଷ ଟଙ୍କା ଫ୍ରିଜ୍ କରାଯାଇଛି। ଅଭିଯୋଗକାରୀଙ୍କୁ ବର୍ତ୍ତମାନସୁଦ୍ଧା ୬.୮୦ ଲକ୍ଷ ଟଙ୍କା ଫେରାଇଛି କ୍ରାଇମବ୍ରାଞ୍ଚ । ବର୍ତ୍ତମାନ ସୁଦ୍ଧା ଘଟଣାର ତଦନ୍ତ ଜାରି ରହିଥିବା ଏଡିଜି ସୂଚନା ଦେଇଛନ୍ତି ।