December 22, 2024

କ୍ରିକେଟ – ୱେଷ୍ଟଇଣ୍ଡିଜକୁ ୩୧୫ ରନର ଟାର୍ଗେଟ ଦେଲା ଭାରତୀୟ ମହିଳା ଦଳ

1 min read

ମହିଳା କ୍ରିକେଟରେ ଭାରତ ଭଦୋଦରାଠାରେ ଚାଲିଥିବା ୩ ମ୍ୟାଚ୍ ବିଶିଷ୍ଟ ଆଇସିସି ଚାମ୍ପିୟନଶିପ୍ ଶୃଙ୍ଖଳାର ପ୍ରଥମ ଦିନିକିଆରେ ୱେଷ୍ଟଇଣ୍ଡିଜକୁ ୩୧୫ ରନ୍ ଟାର୍ଗେଟ୍ ଦେଇଛି। ବ୍ୟାଟିଂ ଆରମ୍ଭ କରିଥିବା ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୯ ଓ୍ଵିକେଟ୍ ହରାଇ ୩୧୪ ରନ୍ କରିଥିଲା। ସ୍ମୃତି ମନ୍ଧାନା ସର୍ବାଧିକ ୯୧ ରନ୍ କରିଥିବା ବେଳେ ହର୍ଲିନ୍ ଦେଓଲ ୪୪ ରନ୍ କରିଥିଲେ। ୱେଷ୍ଟଇଣ୍ଡିଜ୍ ପକ୍ଷରୁ ଜାଇଦା ଜେମ୍ସ ୫ଟି, ହାର୍ଲେ ମାଥ୍ୟୁସ୍ ୨ଟି ଓ ଡିଆଣ୍ଡ୍ରା ଡୋଟିନ୍ ଗୋଟିଏ ୱିକେଟ୍ ନେଇଥିଲେ।
ଏହି ଶୃଙ୍ଖଳାର ଦ୍ବିତୀୟ ଦିନିକିଆ ୨୪ ତାରିଖରେ ଏବଂ ତୃତୀୟ ତଥା ଅନ୍ତିମ ଦିନିକିଆ ଡିସେମ୍ବର ୨୭ ତାରିଖରେ ଭଦୋଦରାରେ ଖେଳାଯିବ।