October 18, 2024

ବିଷ ପିଇ ଦମ୍ପତି ମୃତ

1 min read

କେନ୍ଦୁଝର : ପାରିବାରିକ କଳହର କରୁଣ ପରିଣତି । ବିଷ ପିଇ ଆଗପଛ ହୋଇ ଚାଲିଗଲେ ଦମ୍ପତି । ଅନାଥ ହୋଇଗଲେ ୨ ଶିଶୁ । ଏପରି ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଅନ୍ତର୍ଗତ ବାଉଁଶଗଡ ଗାଁରେ। ମୃତ ଦମ୍ପତି ହେଲେ ମୋହନ ହୋ ଓ ତାଙ୍କ ପତ୍ନୀ ରଜନୀ ହୋ । ସ୍ତ୍ରୀ ରଜନୀ ବାପା ଘରେ ରହୁଥିବାବେଳେ ଗତକାଲି ମୋହନ ତାଙ୍କୁ ଆଣିବାକୁ ଯାଇଥିବା ବେଳେ ଏହି ଘଟଣା ଘଟିଥିଲା ।

ଘଟନାନୁସାରେ, ଗୁରୁବାର ଦିନ କେନ୍ଦୁଝର ଜିଲ୍ଲା ଷଡ଼ଙ୍ଗୀ ଗାଁର ମୋହନ ହୋ ବାଉଁଶଗଡ ଗାଁରେ ବାପ ଘରେ ରହୁଥିବା ସ୍ତ୍ରୀ ରଜନୀଙ୍କ ନିକଟକୁ ଯାଇଥିଲେ । ସେଠାରେ ଉଭୟ ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା ହୋଇଥିଲା । ଏହା ପରେ ରଜନୀ ବିଷପିଇ ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ତକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ସ୍ତ୍ରୀଙ୍କ ମୃତ୍ୟୁକୁ ସହିନପାରି ଗତକାଲି ସ୍ବାମୀ ମୋହନ ବିଷ ପିଇଦେଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ସ୍ଥାନାନ୍ତର ପାଇଁ ଉଦ୍ୟମ ହେଉଥିବା ବେଳେ ମୋହନଙ୍କର ମୃତ୍ୟୁ ହୋଇଛି । ଏହି ଘଟଣାକୁ ନେଇ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ବାପା ମା’ଙ୍କୁ ହରାଇ ୨ ପିଲା ଏବେ ଅସହାୟ ହୋଇ ପଡିଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଭିନ୍ନକ୍ଷମ ଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *