September 7, 2024

ରାସ୍ତାରୁ ପାଇଥିବା ଟଙ୍କାକୁ ମହିଳାଙ୍କୁ ଫେରାଇଲେ କାଉନସିଲର୍ : ଜିତେନ୍ଦ୍ର

1 min read

ବେଲଗୁଣ୍ଠା : ରାସ୍ତାରୁ ଗୋଟାଇଥିବା ନଗଦ ଟଙ୍କା,ଆଧାର କାର୍ଡ୍ ଏବଂ ଏଟିଏମ୍ କାର୍ଡ଼କୁ ମହିଳାଙ୍କୁ ଫେରାଇ ନିଜ ମହାନତା ଦେଖାଇଛନ୍ତି I ସୂଚନା ପ୍ରକାରେ ଜିଲିବା ଗ୍ରାମର ରଞ୍ଜନା ପ୍ରଧାନ (45) କୌଣସି କାମରେ ବେଲଗୁଣ୍ଠା ଆସିଥିବା ବେଳେ ନିଜର ନଗଦ 1830 ଟଙ୍କା ସହିତ ଆଧାର କାର୍ଡ୍ ଏବଂ ଏଟିଏମ୍ କାର୍ଡ୍ ହଜାଇ ଦେଇଥିଲେ I

ଏହି ଟଙ୍କା, ଆଧାର କାର୍ଡ୍ ଏବଂ ଏଟିଏମ୍ କାର୍ଡ଼କୁ ବେଲଗୁଣ୍ଠା 10 ନମ୍ବର କାଉନସିଲର୍ ପ୍ରତିନିଧି ଜିତେନ୍ଦ୍ର ସୁବୁଦ୍ଧି ପାଇବା ପରେ ଆଧାର କାର୍ଡ୍ ରୁ ମହିଳାଙ୍କ ଠିକଣା ଜାଣି ତାଙ୍କୁ ଫୋନ୍ କରି ଡକାଇ ଟଙ୍କା ଏବଂ ଏଟିଏମ କାର୍ଡ଼ ଓ ଆଧାର କାର୍ଡ ଫେରାଇଦେଇଥିଲେ I ନିଜର ହଜିଯାଇଥିବା ଟଙ୍କା ଏବଂ ସାମଗ୍ରୀ ପାଇବା ପରେ ମହିଳା ଜଣଙ୍କ ଜିତେନ୍ଦ୍ର ସୁବୁଦ୍ଧିଙ୍କୁ କୃତଜ୍ଞତା ଜଣାଇଥିଲେ I ଜିତେନ୍ଦ୍ରଙ୍କ ଏହିଭଳି କାର୍ଯ୍ୟ ପାଇଁ ତାଙ୍କୁ ବିଭିନ୍ନ ବ୍ୟକ୍ତି ଏବଂ ସଂଗଠନ ଶୁଭେଚ୍ଛା ଜଣାଇଛନ୍ତି I

Leave a Reply

Your email address will not be published. Required fields are marked *