September 8, 2024

ବାରମ୍ବାର ପ୍ରଧାନମନ୍ତ୍ରୀ ଚେହେରା ପରିବର୍ତ୍ତନ ପାଇଁ ପରାଜୟ ସ୍ୱାଦ ଚାଖିଲା କି କଂଜର୍ଭେଟିଭ ପାର୍ଟି

1 min read

ନୂଆଦିଲ୍ଲୀ: ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକ ନିର୍ବାଚନରେ ​​ହାରିଯାଇଛନ୍ତି। ଏଥର ବ୍ରିଟେନରେ ଲେବର ପାର୍ଟି ଜିତିଛି, ଯାହାର ନେତା କିର ଷ୍ଟାରମର ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ବ୍ରିଟେନର ମୋଟ ୬୫୦ଟି ସିଟ୍ ମଧ୍ୟରୁ ଲେବର ପାର୍ଟି ୪୦୦ ରୁ ଅଧିକ ସିଟ୍ ଜିତିଥିବା ବେଳେ ଋଷି ସୁନକଙ୍କ ପାର୍ଟି ୧୧୧ଟି ଆସନରେ ସୀମିତ ରହିଯାଇଛି | ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଋଷି ସୁନକ ଯଦିଓ ତାଙ୍କ ଆସନ ଉତ୍ତର ଇଂଲଣ୍ଡରୁ ଜିତିଯାଇଛନ୍ତି , କିନ୍ତୁ ତାଙ୍କ ଦଳ କଂଜର୍ଭେଟିଭ ପାର୍ଟି ନିର୍ବାଚନରେ ​​ହାରିଯାଇଛି ।

ତେଣୁ ଭୋଟର ଅନ୍ତିମ ଗଣନା ଶେଷ ହେବା ପୂର୍ବରୁ ମଧ୍ୟ ଋଷି ସୁନକ ଏକ ସାମ୍ବାଦିକ ସମ୍ମିଳନୀରେ ତାଙ୍କ ପରାଜୟକୁ ଗ୍ରହଣ କରିଥିଲେ ଏବଂ ବ୍ରିଟେନର ପ୍ରଧାନମନ୍ତ୍ରୀ ହୋଇଥିବାରୁ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ କିର ଷ୍ଟାରମରଙ୍କୁ ଅଭିନନ୍ଦନ ଜଣାଇଥିଲେ। ବାସ୍ତବରେ ୧୪ ବର୍ଷର ଶାସନ କାଳରେ କଂଜର୍ଭେଟିଭ ପାର୍ଟି ପାଞ୍ଚ ଥର ପ୍ରଧାନମନ୍ତ୍ରୀଙ୍କ ଚେହେରା ବଦଳାଇଥିଲା | ୨୦୧୦ରେ ନିର୍ବାଚନ ପରେ କଂଜର୍ଭେଟିଭ ପାର୍ଟିର ଡେଭିଡ କାମେରନ୍ ବ୍ରିଟେନର ପ୍ରଧାନମନ୍ତ୍ରୀ ହୋଇଥିଲେ।

ପାଞ୍ଚ ବର୍ଷ ପରେ, କଂଜର୍ଭେଟିଭ ଦଳ ୨୦୧୫ ନିର୍ବାଚନରେ ପୁଣି ଜିତିଥିଲା ଏବଂ କ୍ୟାମେରନ୍ ପୁନର୍ବାର ପ୍ରଧାନମନ୍ତ୍ରୀ ହୋଇଥିଲେ। ମାତ୍ର ଏକ ବର୍ଷ ବିତିଯିବା ପରେ କାମେରନ ଇସ୍ତଫା ଦେଇଥିଲେ। କାରଣ ସେତେବେଳେ ୟୁରୋପୀୟ ୟୁନିଅନରୁ ବ୍ରେକ୍ସିଟ୍ ପାଇଁ ନିର୍ବାଚନ ହୋଇଥିଲା ଏବଂ ତା’ପରେ ବ୍ରିଟେନର ଲୋକମାନେ ନିଷ୍ପତ୍ତି ନେଇଥିଲେ ଯେ ସେମାନେ ୟୁରୋପୀୟ ୟୁନିଅନ୍ ଠାରୁ ଅଲଗା ହେବେ। ଏହି ନିଷ୍ପତ୍ତି କାମେରୁନଙ୍କ ବିରୋଧରେ ଥିଲା ତେଣୁ ସେ ଇସ୍ତଫା ଦେଇଥିଲେ। ଏହାପରେ ଟେରେସା ମେ ତାଙ୍କ ସ୍ଥାନ ନେଇଥିଲେ। ୨୦୧୯ରେ, ଟେରେସା ମେଙ୍କୁ ହଟାଇଦିଆଯାଇଥିଲା |

ଏହା ପରେ ବୋରିସ୍ ଜନସନ ତାଙ୍କ ସ୍ଥାନ ଗ୍ରହଣ କଲେ ଏବଂ ୨୦୧୯ ଶେଷରେ ବୋରିସ୍ ଜନସନଙ୍କ ନେତୃତ୍ୱରେ ବ୍ରିଟେନରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସେତେବେଳେ ଜନସାଧାରଣ ପୁଣି ବୋରିସ୍ ଜନସନ ଏବଂ ତାଙ୍କ ଦଳ କଂଜର୍ଭେଟିଭକୁ ଭୋଟ୍ ଦେଇଥିଲେ। ବୋରିସ୍ ଜନସନ ୬୫୦ ମଧ୍ୟରୁ ୩୬୫ଟି ସିଟ୍ ଜିତିଥିଲେ। ବୋରିସ୍ ସରକାର ସମୟରେ କରୋନା ଆସିଥିଲା ଏବଂ ଲକଡାଉନ ହୋଇଥିଲା | କିନ୍ତୁ ବୋରିସ୍ ଜନସନ କରୋନା ନିୟମ ପାଳନ କରିନଥିଲେ। ଯେତେବେଳେ ତାଙ୍କୁ ସମାଲୋଚନା କରାଯାଇଥିଲା, ସେ ଇସ୍ତଫା ଦେଇଥିଲେ ଏବଂ ପରେ ଲିଜ୍ ଟ୍ରସ୍ ବ୍ରିଟେନର ପ୍ରଧାନମନ୍ତ୍ରୀ ହୋଇଥିଲେ। କିନ୍ତୁ ସେ ମଧ୍ୟ ତାଙ୍କ ପଦରେ ମାତ୍ର ୫୦ ଦିନ ରହିଥିଲେ ଏବଂ ପରେ ଋଷି ସୁନକ ଆସିଥିଲେ। କିନ୍ତୁ ସେତେବେଳକୁ କଂଜର୍ଭେଟିଭ ଦଳ ବିରୋଧରେ ଜନଅସନ୍ତୋଷ ସୃଷ୍ଟି ହୋଇସାରିଥିଲା।

Leave a Reply

Your email address will not be published. Required fields are marked *