October 27, 2024

ଆଞ୍ଚଳିକ ଗଣମାଧ୍ୟମ କ୍ଷେତ୍ରରେ ସୁଯୋଗ ଏବଂ ଆହ୍ୱାନ କୁ ନେଇ କନକ୍ଲେଭ

1 min read

ଭୁବନେଶ୍ୱର: ପ୍ରେସ୍ କ୍ଲବ୍ ଅଫ୍ ଓଡ଼ିଶା ଏବଂ ଦି ଗାଇଡ୍ସ ଅଫ୍ ଇଣ୍ଡିଆର ଓଡ଼ିଶା ସଂସ୍କରଣର ମିଳିତ ଆନୁକୂଲ୍ୟରେ ଗତ ଶନିବାର ଦିନ ଭୁବନେଶ୍ୱର ଠାରେ “ଆଞ୍ଚଳିକ ଗଣମାଧ୍ୟମ କ୍ଷେତ୍ରରେ ସୁଯୋଗ ଏବଂ ଆହ୍ୱାନ ଶୀର୍ଷକ” ଗୋଟିଏ କନକ୍ଲେଭ ଆୟୋଜନ କରାଯାଇଥିଲା । ପତ୍ରକାରିତାର ସମସ୍ୟା ଦିଗରେ ଉଦ୍ଦିଷ୍ଟ ଏହି କନକ୍ଲେଭରେ କିଛି ବରିଷ୍ଠ ସାମ୍ବାଦିକମାନଙ୍କ ସହିତ ଆଇନ ବିଶେଷଜ୍ଞ, ଶିକ୍ଷାବିତ୍ ଓ ସାମ୍ବାଦିକ ଛାତ୍ରାଛାତ୍ରୀମାନେ ଯୋଗଦାନ କରିଥିଲେ ।
ଦି’ ହିନ୍ଦୁର ପ୍ରାକ୍ତନ ସମ୍ପାଦକ ଏନ୍.ରାମ ନିଜ ଅଭିଭାଷଣ ରଖିଥିଲେ । ସେ ଖବର କାଗଜକୁ ଆଞ୍ଚଳିକ ଗଣମାଧ୍ୟମ ବଦଳରେ ଭାରତର ଭାଷାଭିତ୍ତିକ ଖବରକାଗଜ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ ବୋଲି କହିଥିଲେ । ଏହା ସହିତ ଜାତୀୟ ଖବରକାଗଜ ଦ୍ୱାରା ଆଞ୍ଚଳିକ ସମସ୍ୟାଗୁଡ଼ିକୁ ଅଣଦେଖା କରାଯାଉଛି ଏବଂ ଏଥିସହିତ ଅଭିବ୍ୟକ୍ତିର ସ୍ୱାଧୀନତାକୁ ଆକ୍ରମଣ ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।
ପରେ ପରେ ଓଡ଼ିଶା ପୋଷ୍ଟ ଏବଂ ଧରିତ୍ରୀର ସମ୍ପାଦକ ତଥାଗତ ଶତପଥୀଙ୍କ ତତ୍ୱାବଧାନରେ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଯଦିଓ ଯାହା ଦୃଶ୍ୱମାନ ହେଉଛି ତାହା ସମ୍ପୂର୍ଣ୍ଣ ରୂପେ ପରିବର୍ତ୍ତିନ ହୋଇସାରିଛି । ପରିବର୍ତ୍ତନ ଉଲ୍ଲେଖନୀୟ ଏବଂ ଏହା ସର୍ବଦା କଷ୍ଟକର ହୋଇଥାଏ । ସେ କହିଥିଲେ ଯେ, ଆହ୍ୱାନଗୁଡ଼ିକ ହେଉଛି ସୁଯୋଗର ସମିଶ୍ରଣ ଏବଂ ଏହା ଭାରତୀୟ ଗଣମାଧ୍ୟମର ବିବିଧତାର ଏକ ପରିଦୃଷ୍ଟ ସଦୃଶ୍ୟ । ଏହି ସମ୍ମେଳନରେ ତିନୋଟି ପର୍ଯ୍ୟାୟରେ ଚର୍ଚ୍ଚାର ମଧ୍ୟ କରାଯାଇଥିଲା । ଗାଇଡ୍ ଅଫ୍ ଇଣ୍ଡିଆର ସମ୍ପାଦକ ରୁବେନ ବାନାର୍ଜୀଙ୍କ ପରିଚାଳନାରେ ଆୟୋଜିତ ଏହି ସମ୍ମେଳନରେ ସମାଜର ତପନ ମିଶ୍ର ଏବଂ ସମ୍ବାଦର ତନୟା ପଟ୍ଟନାୟକ ମଧ୍ୟ ଉପସ୍ଥିତ ରହି ସକ୍ରିୟ ଯୋଗଦାନ କରିଥିଲେ ।
ସାମ୍ବାଦିକତା କ୍ଷେତ୍ରରେ ଆଇନ ଏବଂ ନୂତନ ଅପରାଧିକ ଆଇନ ତଥା ସ୍ୱତନ୍ତ୍ର ପତ୍ରକାରିତା ନିମନ୍ତେ ଆହ୍ୱାନଗୁଡ଼ିକ ଉପରେ ଆୟୋଜିତ ଏହି ଆଲୋଚନା ଚକ୍ରର ପ୍ୟାନେଲରେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅନଙ୍ଗ ପଟ୍ଟନାୟକ, ସୁପ୍ରିମକୋର୍ଟର ଅଭିବକ୍ତା ସଞ୍ଜୟ ହେଗଡ଼େ, ବରିଷ୍ଠ ସାମ୍ବାଦିକ ତଥା ଲେଖକ ପରଞ୍ଜୟ ଗୁହା, ଠାକୁରତା ଏବଂ କାରବାନର ସମ୍ପାଦକ ଅନନ୍ତ ନାଥ ସାମିଲ ଥିଲେ ।
ସାମ୍ବାଦିକତାର ଡିଜିଟାଲ ଯୁଗର ଏହି ପ୍ୟାନେଲରେ ନିର୍ଭରୟ ସମ୍ପାଦକ ନବୀନ ଦାସ, ଓମ୍ କମ୍ ନିଉଜର ମୁଖ୍ୟ ସମ୍ପାଦକ ଯଜାତୀ କରଣ ଏବଂ ନିଉଜ୍ ରୁମ୍ ର ସମ୍ପାଦକ ମନୋରଞ୍ଜ ମିଶଙ୍କ ସହିତ ବରିଷ୍ଠ ସାମ୍ବାଦିକ ସନ୍ଦିପ ସାହୁ ଉପସ୍ଥିତ ଥିଲେ ।
ଭାରତରେ ଗଣମାଧ୍ୟମର ଆଇନ ଏବଂ ସ୍ୱତନ୍ତ୍ର ପତ୍ରକାରିତାର ବର୍ତ୍ତମାନ ସ୍ଥିତି ଉପରେ ଆଲୋକପାତ କରିବା ସହିତ ଅଂଶଗ୍ରହଣକାରୀଙ୍କ ସହଯୋଗ ଏବଂ ନୂତନତ୍ୱର ବିକାଶ ସହିତ ସାମ୍ବାଦିକତା ଦିଗରେ ଉପୁଜିଥିବା ଆହ୍ୱାନ ବିଷୟରେ ବିସ୍ତୃତ ଆଲୋଚନା ଥିବା ଏହି ସମ୍ମେଳନର ମୂଳ ଉଦ୍ଦେଶ୍ୟ ।