March 11, 2025

ନୂଆଁମୁହାଣ ଖୋଳାକୁ ନେଇ ରାମେୟା ପାଟଣା ଏବଂ କତୁରୁ ଗାଁ ମଧ୍ୟରେ ସୋମବାର ଗୋଷ୍ଠୀ ସଂଘର୍ଷ

1 min read

ବ୍ରହ୍ମପୁର: ନୂଆଁମୁହାଣ ଖୋଳାକୁ ନେଇ ରାମେୟା ପାଟଣା ଏବଂ କତୁରୁ ଗାଁ ମଧ୍ୟରେ ସୋମବାର ଗୋଷ୍ଠୀ ସଂଘର୍ଷ ହୋଇଥିଲା। ଏହି ଗୋଷ୍ଠୀ ସଂଘର୍ଷରେ ୭ଜଣ ଗୁରୁତର ଭାବେ ଆହତ ହୋଇଥିଲେ ଏବଂ ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ପଠାଯାଇଥିଲା। ଆଜି ଗୋଳନ୍ଥରା ପୁଲିସ ପକ୍ଷରୁ ଏହି ଘଟଣାରେ ପଦକ୍ଷେପ ଗ୍ରହଣ କରିଛି। ଗୋଳନ୍ଥରା ଥାନା ପୁଲିସ ନୂଆଁମୁହାଣ ଖୋଳାକୁ ନେଇ ଗୋଷ୍ଠୀ ସଂଘର୍ଷ ମାମଲାରେ ୨ ଗାଁର ୪୦ଜଣଙ୍କୁ ଗିରଫ କରିଛି। ରାମେୟା ପାଟଣା ଗାଁର ୨୧ ଏବଂ କତୁରୁ ଗାଁର ୧୯ଜଣ ଗିରଫ ହୋଇଛନ୍ତି। ଗାଁରେ ୧୬୩ ଧାରା ଲାଗୁ ସହ ୩ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ଗତକାଲି ୨ଟି ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷରେ ୭ଜଣ ଗୁରୁତର ଆହତ ହୋଇଥିଲେ।

ନୂଆଁମୁହାଣ ଖୋଳାକୁ ନେଇ ଗୋଷ୍ଠୀ ସଂଘର୍ଷ: ୨ ଗାଁର ୪୦ ଗିରଫ, ୧୬୩ ଧରା ଲାଗୁ