ଭିଜିଲାନ୍ସ ଜାଲରେ CHSE ଅଧିକାରୀ
1 min readଭୁବନେଶ୍ୱର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଆଜି ସକାଳେ CHSE ରେକର୍ଡ ସପ୍ଲାୟର୍ ପୁରେନ୍ଦ୍ର ସେଠୀଙ୍କ ଘରେ ଭାଜିଲାନ୍ସ ପକ୍ଷରୁ ଚଢାଉ କରାଯାଉଛି । ଭୁବନେଶ୍ୱର ସାମନ୍ତରାପୁରରେ ଥିବା କାର୍ଯ୍ୟାଳୟ,କାନନ ବିହାରରେ ଥିବା ଘର,ଜଗତସିଂପୁରରେ ଥିବା ଘର ସମେତ କେନ୍ଦ୍ରାପଡ଼ାରେ ମଧ୍ୟ ଏକକାଳୀନ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି ।
ସୂଚନାନୁସାରେ, ଶ୍ରୀ ପୁରେନ୍ଦ୍ର କୁମାର ସେଠୀ ଆଉ ୪ ଦିନ ପରେ ଚାକିରିରୁ ଅବସର ନେଇଥାନ୍ତେ । ତେବେ ପୂର୍ବରୁ ତାଙ୍କ ନାଁରେ ସାର୍ଟିଫିକେଟ ହେରଫେର କରିବା ସହିତ ବେଆଇନ ଭାବରେ ମାର୍କ ବଢିବା ଅଭିଯୋଗ ହୋଇ ଆସୁଥିଲା । ରହି ଚଢ଼ାଉରେ ଭୁବନେଶ୍ୱର ଡିଭିଜନର ୩ ଟି ଟିମରେ ୩ ଜଣ ଡ଼ିଏସପିଙ୍କ ନେତୃତ୍ୱରେ ଜଣେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ, ୫ ଜଣ ଏଏସଆଇ ଓ ଅନ୍ୟାନ୍ୟ କର୍ମଚାରୀ ସାମିଲ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ଚଢ଼ାଉ ଜାରି ରହିଥିବାବେଳେ ସମ୍ପୂର୍ଣ୍ଣ ତଥ୍ୟ ମିଳିପାରି ନାହିଁ ।