ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଦିନିକିଆ କେନ୍ଦୁଝର ଗସ୍ତରେ ଯାଇ ମଣ୍ଡଳପାଟ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହ
1 min read
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଦିନିକିଆ କେନ୍ଦୁଝର ଗସ୍ତରେ ଯାଇ ମଣ୍ଡଳପାଟ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହୋଇଥିବା ଅନେକ ଛାତ୍ର ଛାତ୍ରୀ ଜିଲ୍ଲା, ରାଜ୍ୟ ତଥା ଭାରତ ସରକାରଙ୍କ ଶିକ୍ଷା, ସ୍ବାସ୍ଥ୍ୟ, ସୈନ୍ୟ ବିଭାଗ ଓ ପ୍ରଶାସନିକ ବିଭାଗରେ କାର୍ଯ୍ୟରତ ଅଛନ୍ତି। ଅନେକ ଅବସର ନେଲେଣି। ନିକଟରେ ଦେଶ ମାତୃକାର ସେବାରେ ସହିଦ ହୋଇଥିବା ରାଜକିଶୋର ମୁଣ୍ଡା ଏ ବିଦ୍ୟାଳୟର ଜଣେ ସୁନାମଧନ୍ୟ ଛାତ୍ର ଥିଲେ। ଏ ବିଦ୍ୟାଳୟ ଆଜି ତାଙ୍କ ବଳିଦାନରେ ଗୌରବାନ୍ୱିତ। ସେଭଳି ବୀର ସନ୍ତାନଙ୍କ ପାଇଁ କେବଳ ଏ ବିଦ୍ୟାଳୟ ନୁହଁ, କେନ୍ଦୁଝର ଜିଲ୍ଲା ନୁହଁ ବରଂ ସମଗ୍ର ଓଡିଶା ଗର୍ବିତ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।