September 19, 2024

ଆଜି ଶ୍ରୀମନ୍ଦିର ଛାଡ଼ି ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାଉଛନ୍ତି ଚତୁର୍ଦ୍ଧାମୂରତୀ

1 min read

ପୁରୀ: ଆଜି ଶ୍ରୀମନ୍ଦିର ଛାଡ଼ି ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାଉଛନ୍ତି ଚତୁର୍ଦ୍ଧାମୂରତୀ । ଭାଇ-ଭଉଣୀଙ୍କୁ ଧରି ମାଉସୀ ମା’ଙ୍କ ଘରକୁ ଅତିଥି ହୋଇ ଯାଉଛନ୍ତି ମହାପ୍ରଭୁ ଜଗନ୍ନାଥ । ବର୍ତ୍ତମାନ ଚତୁର୍ଦ୍ଧାମୁରତୀଙ୍କ ରଥ ବିଜେ ପରେ ପ୍ରଥମେ ଗଡ଼ିଛି ବଡ଼ ଭାଇ ବଳଭଦ୍ରଙ୍କ ରଥ ତାଳଧ୍ୱଜ । ରଥ ଉପରେ ସମସ୍ତ ନୀତିକାନ୍ତି ଶେଷ ହେବା ପରେ ବଳଭଦ୍ରଙ୍କ ରଥକୁ ଟାଣି ଟାଣି ନେଉଛନ୍ତି ଶ୍ରଦ୍ଧାଳୁ । ଘଣ୍ଟ, ଘଣ୍ଟା, କାହାଳୀ, ମୃଦଙ୍ଗ ଧ୍ୱନୀ ସାଙ୍ଗକୁ ହରିବୋଲ, ହୁଳହୁଳିରେ ବଡ଼ଦାଣ୍ଡ କମ୍ପି ଉଠିଛି । ପ୍ରଥମେ ବଳଭଦ୍ରଙ୍କ ରଥଟଣା ନୀତି ଆରମ୍ଭ ହୋଇଥିବା ବେଳେ ପରେ ମା’ ସୁଭଦ୍ରା ଏବଂ ଶେଷରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ଟଣା ହେଉଛି ।

Leave a Reply

Your email address will not be published. Required fields are marked *