April 20, 2025

ରାଜ୍ୟରେ ଆଗାମୀ ୬ଦିନ ଯାଏଁ କୁଆପଥର ସହ ବିଜୁଳି ଓ କାଳବୈଶାଖୀର ସମ୍ଭାବନା

1 min read

ଭୁବନେଶ୍ବର: ରାଜ୍ୟରେ ଆଗାମୀ ୬ଦିନ ଯାଏଁ ପାଣିପାଗ ସ୍ଥିତି କିଭଳି ରହିବ ସେନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପ୍ରେସରିଲିଜ୍ ଜାରି କରିଛି। ମଧ୍ୟାହ୍ନ/ସନ୍ଧ୍ୟା ସମୟରେ ରାଜ୍ୟର ଅନେକ ସ୍ଥାନରେ କୁଆପଥର ସହ ବିଜୁଳି ଓ କାଳବୈଶାଖୀର ସମ୍ଭାବନା ରହିଛି ବୋଲି ଏଥିରେ କହିଛି। ତେଣୁ ବିଭିନ୍ନ ଜିଲ୍ଲାକୁ ଏହି ସମୟରେ ସତର୍କ ରହିବାକୁ ପରାମର୍ଶ ଦେଇଛି।

ଆସନ୍ତାକାଲି ଅର୍ଥାତ୍ ୨୦ ତାରିଖ ପାଇଁ କିଛି ଜିଲ୍ଲାକୁ ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ମୟୂରଭଞ୍ଜ, ବାଲେଶ୍ବର, କେନ୍ଦୁଝର, ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏହିସବୁ ଜିଲ୍ଲା ଗୁଡ଼ିକର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ମଧ୍ୟାହ୍ନ/ସନ୍ଧ୍ୟା ସମୟରେ ଘଡ଼ଘଡ଼ି, କୁଆପଥର ସହ ପବନ ବହିବ। ପବନର ବେଗ ଘଣ୍ଟା ପିଛା ୫୦-୬୦ କିଲୋମିଟର ରହିବାର ସମ୍ଭାବନା ରହିଛି।

ସେହିପରି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲା ଗୁଡ଼ିକ ଭିତରେ ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ନୂଆପଡ଼ା, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲା ରହିଛି। ଏହିସବୁ ଜିଲ୍ଲା ଗୁଡ଼ିକର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ମଧ୍ୟାହ୍ନ/ସନ୍ଧ୍ୟା ସମୟରେ ଘଡ଼ଘଡ଼ି, କୁଆପଥର ସହ ଝଟକା ପବନର ବେଗ ୪୦ରୁ ୫୦ କିଲୋମିଟର ଘଣ୍ଟା ପିଛା ହେବାର ସମ୍ଭାବନା ରହିଛି।

ଅନ୍ୟପଟେ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଓ ବଲାଙ୍ଗୀର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଡ଼ଘଡ଼ି, କୁଆପଥର ସହ ଝଟକା ପବନର ବେଗ ଘଣ୍ଟା ପିଛା ୩୦ରୁ ୪୦କିଲୋମିଟର ହେବାର ସମ୍ଭାବନା ରହିଛି।