September 19, 2024

ଅନୁପ୍ରବେଶକାରୀଙ୍କ ଉପରେ କେନ୍ଦ୍ର ଓ ରାଜ୍ୟର ତୀକ୍ଷଣ ନଜର

1 min read

ବାଂଲାଦେଶ : ସମ୍ପ୍ରତି ବାଂଲାଦେଶରେ ଦେଖାଦେଇଥିବା ଅଶାନ୍ତ ପରିସ୍ଥିତିକୁ ନେଇ ଉଭୟ କେନ୍ଦ୍ର ଓ ଓଡିଶା ସରକାର ଚିନ୍ତିତ ହୋଇ ପଡିଛନ୍ତି। ବାଂଲାଦେଶ ସହ ଭାରତର ସମ୍ପର୍କ ଭଲ ଥିବା ବେଳେ ଓଡିଶାକୁ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଆଗମନ କିଛି ନୂଆ ନୁହେଁ। ତେବେ ବର୍ତ୍ତମାନ ସେଠାରେ ଦେଖାଦେଇଥିବା ପରିସ୍ଥିତି ଅନୁକୂଳ ନ ଥିବାରୁ ହଜାର ହଜାର ସଂଖ୍ୟାରେ ବାଂଲାଦେଶୀ ସମୁଦ୍ର ପଥ ଦେଇ ଓଡିଶା ମଧ୍ୟକୁ ପ୍ରବେଶ କରିବା ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଉଭୟ ଜଳପଥ ଓ ସ୍ଥଳପଥରେ ରାଜ୍ୟ ଏବଂ କେନ୍ଦ୍ର ସରକାର ସତର୍କତା ଅବଲମ୍ବନ କରୁଥିବା ଜଣାପଡିଛି। ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ୍ନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, ସମସ୍ତ ପ୍ରବେଶ ପଥ ଉପରେ ତୀକ୍ଷଣ ନଜର ରଖାଯାଇଛି।

Leave a Reply

Your email address will not be published. Required fields are marked *