September 8, 2024

UPSC ପ୍ରିଲିମିନାରୀ ପରୀକ୍ଷାରେ ପାସ୍ କଲେ ପ୍ରାର୍ଥୀଙ୍କୁ ମିଳିବ ଲକ୍ଷ ଟଙ୍କାର ସହାୟତା

1 min read

ନୂଆଦିଲ୍ଲୀ: ସଂଘୀୟ ଲୋକସେବା ଆୟୋଗ (ୟୁପିଏସସି) ଦ୍ୱାରା ପରିଚାଳିତ ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହେବା ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କର ଏକ ସ୍ୱପ୍ନ ଥାଏ । ତେବେ ଅନେକ ମେଧାବୀ ଛାତ୍ରଛାତ୍ରୀ ବାରମ୍ବାର ପରିଶ୍ରମ କରିବା ପରେ ବି ଏଥିରେ ଅସଫଳ ହୋଇଥାନ୍ତି । ତେବେ ଆପଣ ଯଦି ସିଭିଲ୍ ସର୍ଭିସ ପାଇଁ ପ୍ରସ୍ତୁତି କରୁଛନ୍ତି ତେବେ ଏନେଇ ଆସିଛି ଏକ ବଡ଼ ଖୁସି ଖବର । ୟୁପିଏସସି ପ୍ରିଲିମିନାରୀ ପରୀକ୍ଷାରେ ପାସ୍ କରୁଥିବା ପ୍ରାର୍ଥୀଙ୍କୁ ୧ ଲକ୍ଷ ଟଙ୍କା ମିଳିବା ନେଇ ଘୋଷଣା କରାଯାଇଛି ।

ସୂଚନା ମୁତାବକ, ସିଭିଲ୍ ସର୍ଭିସ ପାଇଁ ପ୍ରସ୍ତୁତି ଚଳାଇଥିବା ପ୍ରାର୍ଥୀଙ୍କ ପାଇଁ ଝାଡ଼ଖଣ୍ଡ ସରକାର ଏକ ବଡ଼ ଘୋଷଣା କରିଛନ୍ତି । ପ୍ରିଲିମିନାରୀ ପରୀକ୍ଷାରେ ପାସ୍ କରିବା ପରେ ମୁଖ୍ୟ ପରୀକ୍ଷା ଓ ଇଣ୍ଟରଭ୍ୟୁର ପ୍ରସ୍ତୁତି ପାଇଁ ପ୍ରାର୍ଥୀଙ୍କୁ ୧ ଲକ୍ଷ ଟଙ୍କାର ସହାୟତା ଦିଆଯିବ । ତେବେ ସବୁଠାରୁ ବଡ଼ କଥା ହେଉଛି ଏହି ରାଶି ଅନୁସୂଚିତ ଜାତି (ଏସସି) / ଅନୁସୂଚିତ ଜନଜାତି (ଏସଟି) ବର୍ଗର ପ୍ରାର୍ଥୀଙ୍କୁ ଦିଆଯିବ । ‘ମୁଖ୍ୟମନ୍ତ୍ରୀ ଏସସି / ଏସଟି) ସିଭିଲ ସେବା ପ୍ରୋତ୍ସାହନ ଯୋଜନା’ ଜରିଆରେ ପ୍ରାର୍ଥୀଙ୍କୁ ଏହି ସୁବିଧା ପ୍ରଦାନ କରାଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି ।

ଏହି ସୁବିଧା ପାଇବାକୁ ହେଲେ ଆବେଦନକାରୀଙ୍କୁ ଝାଡ଼ଖଣ୍ଡରୁ ଇଣ୍ଟରମିଡିଏଟ ଓ ଅଣ୍ଡରଗ୍ରାଜୁଏଟ୍ ପରୀକ୍ଷାରେ ପାସ୍ କରିଥିବା ଆବଶ୍ୟକ । ଏଥିସହିତ ସେ ଏସସି / ଏସଟି କ୍ୟାଟେଗୋରୀରୁ ଆସୁଥିବେ । ପ୍ରାର୍ଥୀଙ୍କ ପୂରା ପରିବାରର ବାର୍ଷିକ ଆୟ ୨.୫ ଲକ୍ଷରୁ ଅଧିକ ହେଉ ନଥିବ । ଯଦି ଏହି ସବୁ ସର୍ତ୍ତ ପ୍ରାର୍ଥୀ ପୂରଣ କରୁଥିବେ ତେବେ ସେ ସରକାରଙ୍କର ଏହି ଯୋଜନାର ଫାଇଦା ଉଠାଇ ପାରିବେ । ପ୍ରତି ପ୍ରାର୍ଥୀ କେବଳ ଥରେ ମାତ୍ର ଏହି ବେନିଫିଟ୍ ପାଇ ପାରିବେ । ଯେଉଁ ପ୍ରାର୍ଥୀମାନେ ରାଜ୍ୟ ସରକାରଙ୍କ ମାଗଣା କୋଚିଂ ସୁବିଧା ପାଉଥିବେ ସେମାନେ ଏହି ସହାୟତା ପାଇଁ ଅଯୋଗ୍ୟ ହେବେ । ଇଚ୍ଛୁକ ପ୍ରାର୍ଥୀମାନେ ଅଗଷ୍ଟ ୨ ତାରିଖ ସନ୍ଧ୍ୟା ୬ଟା ସୁଦ୍ଧା ଷଗ୍ଧଗ୍ଧକ୍ଟ୍ରଗ୍ଦ://ଙ୍ଗଙ୍ଗଙ୍ଗ.ହଗ୍ଦଗ୍ଧମୟମ.କ୍ଟକ୍ସଶ.ସଦ୍ଭ/ ୱେବସାଇଟରେ ଅନଲାଇନରେ ଆବେଦନ କରିପାରିବେ ।

Leave a Reply

Your email address will not be published. Required fields are marked *